ଦୁଲୁକିବ ବାରବାଟୀ: ଦିନିକିଆ ପରେ ଖେଳାଯିବ ଟେଷ୍ଟ

1 min read

ଦୀର୍ଘ ଦିନ ପରେ ବାରବାଟୀରେ ଖେଳାଯିବ ଟେଷ୍ଟ। ପୁଣି ଥରେ ଟେଷ୍ଟ ମାନ୍ୟତା ଫେରି ପାଇବ ବାରବାଟୀ ଷ୍ଟାଡିୟମ। ବାରବାଟୀରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେବାର ଆଶା ପୁଣି ଥରେ ଜୀବିତ ହୋଇଛି। 2020 ଏପ୍ରିଲ ମାସରେ ବାରବାଟୀରେ ଟେଷ୍ଟ ମ୍ୟାଚ ଖେଳାଯାଇପାରେ। ଏ ସମ୍ପର୍କରେ ଓଡ଼ିଶା କ୍ରିକେଟ ଆସୋସିଏସନ ପକ୍ଷରୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ସହ ଆଲୋଚନା କରାଯାଇଛି। ଏନେଇ ଏକ ଚିଠି ମଧ୍ୟ ବିସିସିଆଇକୁ ଓଡ଼ିଶା କ୍ରିକେଟ ଆସୋସିଏଶନ ପକ୍ଷରୁ ଦିଆଯାଇଛି।

ବାରବାଟୀରେ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହେଲେ ଏହାର ଭାବମୂର୍ତ୍ତି ଫେରିପାଇବ । ବାରବାଟୀରେ ଦୀର୍ଘ ବର୍ଷ ହେବ ଟେଷ୍ଟ ମ୍ୟାଚ୍‌ ଆୟୋଜନ ହୋଇନାହିଁ। ବାରବାଟୀରେ ଏପର୍ଯ୍ୟନ୍ତ ମାତ୍ର ୨ଟି ଟେଷ୍ଟ ମ୍ୟାଚ୍‌ ଖେଳାଯାଇଛି। ୧୯୯୫ ମସିହାରେ ଶେଷଥର ନିମନ୍ତେ ଏଠାରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇଥିଲା। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଅନୁଷ୍ଠିତ ଏହି ମ୍ୟାଚ୍‌ ଡ୍ର ରହିଥିଲା। ଏହା ପୂର୍ବରୁ ୧୯୮୭ ମସିହା ଜାନୁୟାରୀ ୪ରୁ ୭ ତାରିଖ ପର୍ଯ୍ୟନ୍ତ ଭାରତ-ଶ୍ରୀଲଙ୍କା ଟେଷ୍ଟ ମ୍ୟାଚ୍‌ ବାରବାଟୀରେ ହୋଇଥିଲା। ଏହା ଥିଲା ବାରବାଟୀ ପାଇଁ ପ୍ରଥମ ଅନ୍ତର୍ଜାତୀୟ ଟେଷ୍ଟ ମ୍ୟାଚ୍‌ । ଏହି ମ୍ୟାଚ୍‌ରେ ଭାରତ ଇନିଂସ ଓ ୬୭ରନରେ ବିଜୟୀ ହୋଇଥିଲା।

Leave a Reply