ପହଲଗାମରେ ହମଲାର ୨ଦିନ ଆଗରୁ ରେକି କରିଥିଲେ ଆତଙ୍କବାଦୀ

1 min read

ନନ୍ଦିଘୋଷ ବ୍ୟୁରୋ : ୭ ଦିନ ଧରି ପହଲଗାଁଓରେ ଲୁଚିଥିଲେ ଆତଙ୍କବାଦୀ। ଏପ୍ରିଲ ୧୫ରୁ ଆସି ସେମାନେ ଆସି ଲୁଚିଥିଲେ। ଆକ୍ରମଣ ଆଗରୁ ପହଲଗାଁଓର ପ୍ରମୁଖ ପର୍ଯ୍ୟଟନସ୍ଥଳୀର ରେକି କରିଥିଲେ। ଏନଆଇଏର ତଦନ୍ତରୁ ଏହା ଜଣାପଡ଼ିଛ। NIA ତଦନ୍ତରୁ ଏହା ଜଣାପଡ଼ିଛି। ଅନେକ OGW ଙ୍କୁ ପଚରା ଉଚରା କରିବା ପରେ ଏନଆଇଏ ଏହା ଜାଣିପାରିଛି। ପହଲଗାଓଁ ଆକ୍ରମଣର ସପ୍ତାହେ ପୂର୍ବରୁ ଜମ୍ମୁ-କାଶ୍ମୀରରେ ପହଞ୍ଚିଥିଲେ ଆତଙ୍କବାଦୀ। ବୈସାରଣ ଉପତ୍ୟକାକୁ ସେମାନେ ଟାର୍ଗେଟ ଭାବରେ ବାଛିଥିଲେ। ଅନେକ ପର୍ଯ୍ୟଟନ ସ୍ଥଳର ରେକି କରିବା ପରେ ପହଲଗାଁଓର ‘ବୈସାରଣ ଉପତ୍ୟକା’ ରେ ଆକ୍ରମଣ ପାଇଁ ସେମାନେ ଟାର୍ଗେଟ କରିଥିଲେ। ବର୍ତ୍ତମାନ ଏହାର ଖୁଲାସା ହୋଇଛି। ଆତଙ୍କବାଦୀମାନେ ପୂର୍ବରୁ ପହଲଗାମର ସମସ୍ତ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଯେପରିକି ଆରୁ ଭ୍ୟାଲି, ବେତାବ ଭ୍ୟାଲି ଏବଂ ବୈସାରନକୁ ବୁଲି ଦେଖିଥିଲେ। ଏହି ରେକିରେ ସାମିଲ ଥିଲେ ଦୁଇ ଜଣ ସ୍ଥାନୀୟ ଆତଙ୍କବାଦୀ ଏବଂ ପାଞ୍ଚ ଜଣ ଓଭର ଗ୍ରାଉଣ୍ଡ ୱାର୍କର (OGW)। ସେମାନେ ପ୍ରାୟ ଏକ ସପ୍ତାହ ଧରି ପହଲଗାମର ଜଙ୍ଗଲରେ ଘୂରି ବୁଲୁଥିବା ଦେଖିବାକୁ ମିଳିଥିଲା। କୁହାଯାଉଛି, ଆତଙ୍କବାଦୀମାନେ ବେତାବ ଉପତ୍ୟକାକୁ ଟାର୍ଗେଟ କରିବାକୁ ପ୍ରଥମେ ଯୋଜନା କରିଥିଲେ। ଶେଷ ମୁହୂର୍ତ୍ତରେ, ଯୋଜନା ପରିବର୍ତ୍ତନ କରାଯାଇଥିଲା, ଏବଂ ବୈସାରନରେ ଆକ୍ରମଣ  କରିଥିଲେ। କାରଣ ଆକ୍ରମଣ ପରେ ଏଠାରୁ ଖସିଯିବା ସହଜ ଥିଲା। କେବଳ କିଛି OGW, ପାକିସ୍ତାନୀ ହ୍ୟାଣ୍ଡଲର୍ ଏବଂ ଦୁଇ ପାକିସ୍ତାନୀ ଆତଙ୍କବାଦୀ ଏହା ଜାଣିଥିଲେ।

ଏପ୍ରିଲ ୨୦ରେ ସେମାନେ ବୈସାରନ ଅଭିମୁଖେ  ବାହାରିଥିଲେ। ୨ ଦିନ ପଦଯାତ୍ରା ପରେ ବୈସାରନରେ ପହଞ୍ଚିଥିଲେ। ସେମାନେ ସ୍ଥାନୀୟ ଆତଙ୍କବାଦୀମାନଙ୍କୁ ଭେଟିଥିଲେ। ୨୨ ଏପ୍ରିଲ୍ ସକାଳେ, OGW ମାନଙ୍କୁ ସୂଚନା ଦିଆଯାଇଥିଲା ଯେ ଆକ୍ରମଣ ଏବେ ବୈସାରଣରେ ହେବ। ଏହା ଅପରାହ୍ନରେ କରାଯିବ ଯାହା ଦ୍ଵାରା ଅନ୍ଧାର ଶୀଘ୍ର ହୋଇଯିବ। ଫଳରେ ଆକ୍ରମଣକାରୀମାନେ ରାତିରେ ଜଙ୍ଗଲ ଭିତରକୁ ପଳାଇଯିବା ସହଜ ହେବ। ସେହି ଷଡ଼ଯନ୍ତ୍ର ଅନୁସାରେ ୨୨ ତାରିଖରେ ପର୍ଯ୍ୟଟକଙ୍କୁ ଟାର୍ଗେଟ କରିଥିଲେ ଆତଙ୍କବାଦୀ। ଏପର୍ଯ୍ୟନ୍ତ ପ୍ରାୟ ୨୫୦୦ ଲୋକଙ୍କୁ ପଚରା ଉଚରା କରିଛି ଏନଆଇଏ। ପ୍ରାୟ ୨୦୦ ଲୋକଙ୍କୁ ଅଟକ ରଖାଯାଇଛି।