ଅନନ୍ତନାଗରେ ଏନକାଉଣ୍ଟର, ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ନିହତ

1 min read

ଶ୍ରୀନଗର: କାଶ୍ମୀରରେ ସୁରକ୍ଷାବାହିନୀକୁ ବଡ ଧରଣର ସଫଳତା । ଦକ୍ଷିଣ କାଶ୍ମୀରରେ ହୋଇଥିବା ସୁରକ୍ଷା ବାହିନୀର ଅପରସେନରେ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ଆସରଫ ମୌଲବୀ ନିହତ ହୋଇଛି ।

ଆସରଫ ମୌଲବୀର ମୃତ୍ୟୁ ଉପତ୍ୟକାରେ ସୁରକ୍ଷା ବାହିନୀ ଦ୍ବାରା ଆତଙ୍କବାଦୀ ବିରୋଧୀ ଅପରେସନରେ ଏକ ବଡ ସଫଳତା ବୋଲି କୁହାଯାଉଛି । ଦକ୍ଷିଣ କାଶ୍ମୀରର ଅନନ୍ତନାଗ ଜିଲ୍ଲାର ପହଲଗାମର ବାଟକୋଟ ଜଙ୍ଗଲରେ ହୋଇଥିବା ଏନକାଉଣ୍ଟରରେ ମୌଲବୀ ସମେତ ତାର ଦୁଇ ସହଯୋଗୀ ନିପାତ ହୋଇଛନ୍ତି । ନିହତ ମୌଲବୀ ହିଜବୁଲ ମୁଜାହିଦ୍ଦିନର କମାଣ୍ଡର ଥିଲା । ୨୦୨୦ରେ ରିୟାଜ ନାଇକୋର ମୃତ୍ୟୁ ପରେ ଆସରଫ ମୌଲବୀ କାଶ୍ମୀର ଉପତ୍ୟକାରେ ହିଜବୁଲର କମାଣ୍ଡର ନିଯୁକ୍ତ ହୋଇଥିଲା । ତେବେ ସେନାର ମୋଷ୍ଟ ଓ୍ବାଣ୍ଟେଡ ତାଲିକାରେ ଥିଲା ମୌଲବୀ ।