ଝଡ଼ି ପଡ଼ୁଛି ବଉଳ, ଚିନ୍ତାରେ ଆମ୍ବ ଚାଷୀ

ନନ୍ଦିଘୋଷ ବ୍ୟୁରୋ: ଚାଷୀଙ୍କୁ ଘାରିଛି ଆମ୍ବ ଅମଳ ଚିନ୍ତା । ଚଳିତ ବର୍ଷ ପ୍ରତିକୂଳ ପାଗ ଯୋଗୁଁ କେଉଁଠି ଆମ୍ବ ବଉଳିଛି ତ କେଉଁଠି ନାହିଁ । ଆଉ ବଉଳି ଥିବା ଗଛରେ ବର୍ଷା ନଥିବାରୁ ଆମ୍ବ ଝଡିପଡୁଛି । ଫଳରେ ବର୍ଷକର ଅମଳକୁ ନେଇ ଚିନ୍ତାରେ ଚାଷୀ । ଝଡି ଯାଉଛି ବଉଳ । ଆମ୍ବ ଚାଷୀଙ୍କୁ ଘାରିଛି ଅମଳ ଚିନ୍ତା । କଳାହାଣ୍ଡି ଜିଲ୍ଲା ଧର୍ମଗଡ ଉପଖଣ୍ଡର କଲମପୁର, ଧର୍ମଗଡ, ଜୁନାଗଡ଼, କୋକସରା, ଗୋଲାମୁଣ୍ଡା ଓ ଜୟପାଟଣା ବ୍ଲକରେ ପାଖାପାଖି ୨ଶହ ଆମ୍ବ ଚାଷୀ ଥିବା ବେଳେ ୨ ହଜାର ହେକ୍ଟରରେ ଆମ୍ବ ଚାଷ କରାଯାଏ । ପ୍ରତିବର୍ଷ ଫଗୁଣ ମାସ ଆସିଲେ ଆମ୍ବ ବଉଳି ଥାଏ । ହେଲେ ଚଳିତ ବର୍ଷ ଆମ୍ବ ବଉଳ ସମୟରେ କେଉଁଠି ଆମ୍ବ ବଉଳିଛି ତ କେଉଁଠି ନାହିଁ । ଆଉ ବଉଳି ଥିବା ଗଛରେ ବର୍ଷା ନଥିବାରୁ ଆମ୍ବ ଝଡିପଡୁଛି । ଫଳରେ ଚଳିତ ବର୍ଷ ଚାଷୀଙ୍କ ଆମ୍ବ ଅମଳ ସାଙ୍ଗକୁ ପରିବାର ପ୍ରତି ପୋଷଣ ଆଶା ମଉଳି ଯାଇଛି ।

ଗତ ବର୍ଷ ଜିଲ୍ଲାରେ ପ୍ରାୟ ୧୦ ହଜାର ମେଟ୍ରିକ୍ ଟନ୍ ଆମ୍ବ ଅମଳ ହୋଇଥିବା ବେଳେ ପୂର୍ବ ସରକାରଙ୍କ ମିଶନ ଶକ୍ତି ଜରିଆର ଆମ୍ବ କିଣାଯାଇଥିଲା । ଏଥିସହିତ ରାଜ୍ଯ ତଥା ରାଜ୍ୟ ବାହାରକୁ ଆମ୍ବ ରପ୍ତାନୀ ହୋଇଥିଲା । ହେଲେ ଚଳିତ ଥର ଆମ୍ବ ଅମଳ ଆଶା କ୍ଷୀଣ ହୋଇଛି । ସେପଟେ ଚଳିତ ବର୍ଷ ଆମ୍ବ ଦର ବୃଦ୍ଧି ଆଶଙ୍କା ରହିଥିବା ସହିତ ଗତବର୍ଷ କଳାହାଣ୍ଡି ଆମ୍ବ ଦୁବାଇକୁ ଯାଇଥିବା କହିଛନ୍ତି ଜିଲ୍ଲା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ । ଚାଷ କାମ ଯାହାର କେତେ ଦୁଃଖ ତାହାର  । ଚାଷ କାମ କରି ନିଜେ ଚଳିବା ସହ ଅନ୍ୟକୁ ଆହାର ଯୋଗାଉଥିବା ଚାଷୀ କେତେ ବେଳେ ଧାନ ଚାଷ, କପା ଚାଷ, ଆଖୁ ଚାଷ, ମକା ଚାଷ କରି କ୍ଷତି ସହୁଥିବା ବେଳେ ଏବେ ଆମ୍ବ ଚାଷରେ କ୍ଷତି ସହୁଛି  ।