ତେଲଙ୍ଗାନା ନିର୍ବାଚନରେ କଂଗ୍ରେସରୁ ପ୍ରାର୍ଥୀ ହେବା ପୂର୍ବରୁ ପୂର୍ବତନ କ୍ରିକେଟରଙ୍କୁ ବଡ଼ ଝଟକା

ନନ୍ଦିଘୋଷ ବ୍ୟୁରୋ : ଅଡୁଆରେ ମହମ୍ମଦ ଆଝାରୁଦ୍ଦିନ। ତେଲଙ୍ଗାନା ନିର୍ବାଚନ ତାତି ବଢୁଥିବାବେଳେ କଂଗ୍ରେସରୁ ପ୍ରାର୍ଥୀ ହେବାକୁ ଯାଉଥିବା ପୂର୍ବତନ କ୍ରିକେଟରଙ୍କୁ ଲାଗିଛି ଝଟକା  । ତାଙ୍କ ବିରୋଧରେ ରୁଜୁ ହୋଇଛି ୪ଟି ମାମଲା । ହାଇଦ୍ରାବାଦର ଜୁବିଲି ହିଲସ ବିଧାନସଭା ଆସନରୁ ସେ ପ୍ରତିଦ୍ବନ୍ଦ୍ବିତା କରିବାକୁ ଯାଉଥିବାବେଳେ ତାଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ ହୋଇଛି । ହାଇଦ୍ରାବାଦ କ୍ରିକେଟ ଆସୋସିଏସନର ସଭାପତି ଥିବାବେଳେ ସେ ବ୍ୟାପକ ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି  । ପାଣ୍ଠି ପରିଚାଳନାରେ ସେ ଅନିୟମିତତା କରିଥିବା ଅଭିଯୋଗ ହୋଇଛି । ଏ ନେଇ ରାଚାକୋଣ୍ଡା ପୋଲିସ ୪ଟି ମାମଲା ରୁଜୁ କରିଛି । ଏଥିରେ ଆଝାରୁଦ୍ଦିନଙ୍କ ସମେତ କିଛି ପୂର୍ବ ଅଫିସିଆଲସ ମଧ୍ୟ ସାମିଲ ଅଛନ୍ତି ବୋଲି କୁହାଯାଇଛି । ତେବେ ଏହା ବିରୋଧୀଙ୍କ ଚାଲ ବୋଲି କହିଛନ୍ତି ଆଝାରୁଦ୍ଦିନ । ତାଙ୍କ ଭାବମୂର୍ତ୍ତିରେ ଆଞ୍ଚ ଆଣିବାକୁ ବିରୋଧୀଙ୍କ ଏହି ଉଦ୍ୟମ ବୋଲି ସେ କହିଛନ୍ତି ।