କାଳୀ ପୂଜା ଯାତ୍ରା ବନ୍ଦ କରିବାକୁ ଆସିଥିଲା ପୋଲିସ, ଅଟକ ରଖିଲେ ଗ୍ରାମବାସୀ

1 min read
Tension During Kali Puja Opera Boudh

ବୌଦ୍ଧ: କାଳୀ ପୂଜାରେ ଯାତ୍ରା ବନ୍ଦ କରିବାକୁ ଆସି ପୋଲିସ ହେଲା ହଟହଟା । ପୋଲିସକୁ ଅଟକ ରଖିଲେ ଗ୍ରାମବାସୀ । ୫ ଘଣ୍ଟା ଯାଏଁ ପୋଲିସ-ଗ୍ରାମବାସୀ ହେଲେ ମୁହାଁମୁହିଁ । ଶେଷରେ ପୋଲିସର ଲାଠି ଚାଳନା ପରେ ସୁଧୁରିଲା ସ୍ଥିତି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ତିଲେଶ୍ୱର ପଞ୍ଚାୟତ ଖଣ୍ଡହତା ଗାଁରେ କାଳୀପୂଜାରେ ଯାତ୍ରା ମଞ୍ଚ ସଜ୍ଜା ହୋଇଥିଲା । ଯାତ୍ରା ଆରମ୍ଭର ଠିକ୍ ପୂର୍ବରୁ ପୁରୁଣାକଟକ ପୋଲିସ ପହଞ୍ଚି ନାଟକ ବନ୍ଦ କରିବାକୁ କହିଥିଲା ।

Tension During Kali Puja Opera Boudh

ମାତ୍ର ଯାତ୍ରା କରିବାକୁ ଜିଦ୍ ଧରି ବସିଥିଲେ ଗ୍ରାମବାସୀ । ଗ୍ରାମବାସୀ ଓ ପୋଲିସ ମଧ୍ୟରେ କିଛି ସମୟ ଠେଲାପେଲା ହୋଇଥିଲା । ପୋଲିସକୁ ପ୍ରାୟ ୫ ଘଣ୍ଟା ଧରି ଅଟକ ରଖିଥିଲେ ଗ୍ରାମବାସୀ । ପୋଲିସ ଏକ ପ୍ରକାର ନାକେଦମ୍ ହୋଇ ପଡ଼ିଥିଲା । ପରିସ୍ଥିତି ସୁଧୁରିବା ପରିବର୍ତ୍ତେ ଅଧିକ ଅଣାୟତ୍ତ ହେବାରେ ଲାଗିଥିଲା ।

Tension During Kali Puja Opera Boudh

ଆଇଆଇସିଙ୍କ ସମେତ ୧୫ରୁ ଅଧିକ ପୋଲିସ କର୍ମଚାରୀ ରହିଥିଲେ ବି ବିଳମ୍ବିତ ରାତି ପର୍ଯ୍ୟନ୍ତ ସ୍ଥିତି ଆୟତ୍ତକୁ ଆସି ନଥିଲା । ଅଧିକ ପୋଲିସ ଫୋର୍ସ ଆସିବା ପରେ ପୋଲିସ କର୍ମଚାରୀଙ୍କୁ ଉଦ୍ଧାର କରିବା ସହ ସ୍ଥିତି ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାଳନା କରିଥିଲା ।

Leave a Reply