ବାଇଡେନଙ୍କୁ ହତ୍ୟା ଯୋଜନା; ବନ୍ଧା ହେଲେ ପ୍ରବାସୀ ଭାରତୀୟ ଯୁବକ

ଓ୍ୱାଶିଂଟନ:  ଟ୍ରକରେ ହ୍ୱାଇଟ ହାଉସ ପାଚେରୀକୁ ଧକ୍କା ଦେଲେ ପ୍ରବାସୀ ଭାରତୀୟ ଯୁବକ । ଗିରଫ ହେବା ପରେ ସାମ୍ନାକୁ ଆସିଲା ସାଘାଂତିକ ତଥ୍ୟ । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଏବଂ ତାଙ୍କ ପରିବାରକୁ କ୍ଷତି ପହଞ୍ଚାଇବାକୁ ଉଦ୍ୟମ କରି ବନ୍ଧା ହୋଇଛନ୍ତି ଜଣେ ଭାରତୀୟ ବଂଶୋଦ୍ଭବ । ଏହି ଯୁବକ ବିରୋଧରେ ପୋଲିସ ସାଂଘାତିକ ଧାରାରେ ମାମଲା ରୁଜୁ କରିବା ସହିତ ତାକୁ ଗିରଫ କରି ପଚରାଉଚରା ଆରମ୍ଭ କରିଛି।

୧୯ ବର୍ଷୀୟ ଏହି ଯୁବକ ଜଣକ ମିଶୋରୀର ଏବଂ ତା’ ନାଁ ସାଇ ବର୍ସିିତ କାଣ୍ଡୁଲ ବୋଲି ଜଣାପଡ଼ିଛି। ହିଟଲରଙ୍କ ଭାବଧାରାରେ ଆକର୍ଷିତ ଏହି ଯୁବକ ଜଣକ ବୁଧବାର ହ୍ବାଇଟ ହାଉସ୍‌ ଭିତରକୁ ଏକ ବଡ଼ ଟ୍ରକ ଚଳାଇ ପଶିଯିବାକୁ ଉଦ୍ୟମ କରିଥିଲା। ପୁଲିସ ଟ୍ରକକୁ ଜବତ କରିଥିଲା ବେଳେ ଏଥିରୁ ବହୁ ସଂଖ୍ୟାରେ ନାଜି ପତାକା ଏବଂ ନାଜି ସ୍ବସ୍ତିକ ଚିହ୍ନ ରହିଥିବା ବ୍ୟାନର ଜବତ କରାଯାଇଛି।

ଜଣେ ପୋଲିସ ଅଧିକାରୀ କହିଛନ୍ତି, ଚେଷ୍ଟରଫିଲ୍ଡର ୧୯ ବର୍ଷୀୟ ଜଣେ ଡ୍ରାଇଭର ସାଇ ବାର୍‌ସିଥ୍‌ କଣ୍ଡୁଲା ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିଲେ। ଓ୍ବାଶିଂଟନ ଡିସିରେ ଥିବା ଫେଡେରାଲ ଜିଲା କୋର୍ଟରେ ଦାଖଲ ହୋଇଥିବା ସତ୍ୟପାଠରେ ଏକ ସିକ୍ରେଟ ସର୍ଭିସ ଏଜେଣ୍ଟ କହିଛନ୍ତି, ଏହି ଯୁବକ ଜଣକ ସୋମବାର ରାତିରେ ଏକ ଟ୍ରକ୍‌ ଭଡ଼ା ସୂତ୍ରରେ ଆଣିଥିଲେ। ଯାହା ସାହାଯ୍ୟରେ ସେ ବାଇଡେନଙ୍କୁ ମାରିବା ପାଇଁ ଷଡ଼ଯନ୍ତ୍ର ରଚିଥିଲେ।

ହ୍ବାଇଟ୍‌ ହାଉସ୍‌ର ଉତ୍ତର ପାର୍ଶ୍ୱ ପାର୍କରେ ଏହି ଯୁବକ ଜଣକ ଟ୍ରକ୍‌ ଭିତରକୁ ପୂରାଇଥିଲେ। ଏହା ପରେ ସୁରକ୍ଷାକର୍ମୀଙ୍କ ସହ ତାଙ୍କର ଧସ୍ତାଧସ୍ତି ହୋଇଲା। ପରେ କଣ୍ଡୁଲାଙ୍କୁ ଗିରଫ କରାଯାଇଛି। କଣ୍ଡୁଲା ଅଧିକାରୀମାନଙ୍କୁ କହିଥିଲେ ଯେ, ସେ ଏହି ଆକ୍ରମଣର ଯୋଜନା ୬ ମାସ ପୂର୍ବରୁ କରିଥିଲେ।  ଏହା ବ୍ୟତୀତ ଅନୁସନ୍ଧାନକାରୀମାନେ ଗାଡ଼ି ଭିତରୁ ଲେଖା ଭର୍ତ୍ତି ଡକ୍ଟ ଟେପ୍‌, ବ୍ୟାକପ୍ୟାକ୍‌ ଏବଂ ନୋଟବକ୍‌ ଉଦ୍ଧାର କରିଛନ୍ତି।