ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଭଉଣୀଙ୍କ ଗାଡ଼ିକୁ ଟାଣିନେଲା କ୍ରେନ୍

ହାଇଦ୍ରାବାଦ: ତେଲେଙ୍ଗାନା ନେତା ତଥା ଆନ୍ଧପ୍ରଦେଶର ମୁଖ୍ୟମନ୍ତ୍ରୀ ଓ୍ୱାଇଏସ ଜଗନମୋହନ ରେଡ୍ଡିଙ୍କ ଭଉଣୀଙ୍କ ଗାଡ଼ିକୁ ଟାଣିନେଲା କ୍ରେନ୍ । ତାଙ୍କ ଭଉଣୀ ଓ୍ୱାଇଏସ ଶର୍ମିଲା ଗାଡ଼ି ଭିତରେ ବସିଥିବା ବେଳେ କ୍ରେନ୍ ଗାଡ଼ି ଟାଣୁଥିବା ଦେଖିବାକୁ ମିଳିଛି । ତାଙ୍କ ଗାଡ଼ିକୁ ଥାନାକୁ ଟାଣି ନିଆଯାଇଥିବା ବେଳେ ସେଠାରେ ଏକ ଡ୍ରାମା ଦେଖିବାକୁ ମିଳିଛି । ଗାଡ଼ିରୁ ଓହ୍ଲାଇବାକୁ ଶର୍ମିଲା ମନାକରିବା ପରେ ତାଙ୍କ ସମର୍ଥକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ହଙ୍ଗାମା ହୋଇଛି ।

ଏପଟେ ତାଙ୍କ ମା’ ଓ୍ୱାଇଏସ ବିଜୟଲକ୍ଷ୍ମୀ ଶର୍ମିଲାଙ୍କୁ ଭେଟିବାକୁ ଯାଉଥିବା ବେଳେ ତାଙ୍କୁ ମଧ୍ୟ ହାଉସ ଆରେଷ୍ଟ କରାଯାଇଛି । ଶର୍ମିଲାଙ୍କ ପାର୍ଟି ଓ୍ୱାଇଏସଆର ତେଲେଙ୍ଗାନା ପାର୍ଟି ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ବିରୋଧରେ ପଦଯାତ୍ରା କରୁଥିବା ବେଳେ ପୋଲିସ ତାଙ୍କୁ ଅଟକାଇଥିଲା । ସେ ଗାଡ଼ିରୁ ବାହାରୁନଥିବା ବେଳେ ତାଙ୍କୁ ଗାଡ଼ିକୁ କ୍ରେନ୍ ଟାଣିନଥିଲା । ଏଥିସହ ତାଙ୍କ ସମର୍ଥକଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ତେବେ ଖୁବଶୀଘ୍ର ଶର୍ମିଲାଙ୍କୁ ଗିରଫ କରାଯିବ ବୋଲି ଜଣାପଡ଼ିଛି ।