କେନ୍ଦ୍ର ଉଷୁନା ଚାଉଳ କିଣିବା ଦାବିରେ ଧାରଣାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ପୁଣି ଥରେ କେନ୍ଦ୍ର ସରକାରଙ୍କୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଚ୍ୟାଲେଞ୍ଜ । ଉଷୁନା ଚାଉଳ କିଣା ପ୍ରସଙ୍ଗରେ କେନ୍ଦ୍ରକୁ ଘେରିଛନ୍ତି ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ । ବାରମ୍ବାର ଦାବି ସତ୍ତ୍ବେ ତେଲେଙ୍ଗାନାରୁ ଉଷୁନା ଚାଉଳ ଉଠାଇ ନ ଥିବାରୁ କେନ୍ଦ୍ର ଉପରେ ଖପ୍ପା ହୋଇଛନ୍ତି କେସିଆର୍ । ଉଷୁନା ଚାଉଳ କିଣା ଦାବିରେ କେସିଆର୍ ରାଜଧାନୀ ଦିଲ୍ଲୀରେ ଦିନିକିଆ ଧାରଣାରେ ବସିଥିଲେ । ତେଲେଙ୍ଗାନାରୁ କେନ୍ଦ୍ର ୧୫ ଲକ୍ଷ ଟନ୍ ଉଷୁନା ଚାଉଳ ଶୀଘ୍ର କିଣୁ ବୋଲି ଦାବି କରିଛନ୍ତି କେସିଆର୍ ।

ଉଷୁନା ଚାଉଳ କିଣିବା ପାଇଁ ଓଡିଶା ସରକାର ବି ବାରମ୍ବାର ଦାବି କରିଆସିଛନ୍ତି । ହେଲେ କେନ୍ଦ୍ର ରାଜ୍ୟର ଦାବିକୁ ଉପେକ୍ଷା କରିଆସିଛି । କେନ୍ଦ୍ର ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ପୀୟୂଷ ଗୋୟଲ ଉଷୁନା ଚାଉଳ ସଂପର୍କରେ ବିଭ୍ରାନ୍ତିକର ତଥ୍ୟ ଦେଉଥିବା ବିଜେଡି ଅଭିଯୋଗ କରିଥିଲା ।