ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଅତିରିକ୍ତ ତହସିଲଦାର ଗିରଫ

ରାଉରକେଲା: ପ୍ରଥମେ ପ୍ରେମ ଆଉ ତାପରେ ବିଶ୍ୱାସ ଜିତି ଶାରୀରିକ ସମ୍ପର୍କ ଆଉ ପରେ ପ୍ରତାରଣା । ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକ ପ୍ରଥମେ ଶାରିରୀକ ସମ୍ପର୍କ ରଖିଥିଲା ଏବେ ବିବାହ କରିବାକୁ ଅମଙ୍ଗ ହେଉଛି । ଶେଷରେ ନିରୁପାୟ ହୋଉ ଆଇନର ଆଶ୍ରୟ ଲୋଡ଼ିଛନ୍ତି ଯୁବତୀ । ଏମିତି ଏକ ଘଟଣାରେ ଏବେ ଗିରଫ ହୋଇଛନ୍ତି ଅତିରିକ୍ତ ତହସିଲଦାର । ଯୁବତୀଙ୍କ କହିବା ଅନୁସାରେ ଅତିରିକ୍ତ ତହସିଲଦାରଙ୍କ ସହ ତାଙ୍କର ଦୀର୍ଘଦିନ ଧରି ପ୍ରେମ ସମ୍ପର୍କ ଥିଲା । ସେ ବିବାହର ପ୍ରତିଶ୍ରୁତି ମଧ୍ୟ ଦେଇଥିଲେ କିନ୍ତୁ ଏବେ ସେ ଧାରଛୁଆଁ ବି ଦେଉନାହାଁନ୍ତି ।

ଵିଵାହ ପ୍ରତିଶ୍ରୁତି ଦେଇ ପ୍ରତାରଣା ଅଭିଯୋଗରେ ଅତିରିକ୍ତ ତହସିଲଦାର ଗିରଫ । ସୋନପୁର ଜିଲ୍ଲା ଵିନିକାରେ କାର୍ଯ୍ୟରତ ଅତିରିକ୍ତ ତହସିଲଦାର ରୂପକ କୁଜୁରଙ୍କୁ ଗିରଫ କରିଛି ପୋଲିସ । ରାଜଗାଙ୍ଗପୁର ଥାନା ପୋଲିସ ତାଙ୍କୁ ଗିରଫ କରିଛି । ପ୍ରେମ ପରେ ପ୍ରତାରଣା କରିଥିବା ନେଇ ରାଜଗାଙ୍ଗପୁର ଥାନାରେ ଜଣେ ଯୁଵତୀ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ଅତିରିକ୍ତ ତହସିଲଦାରଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।