ନନ୍ଦିଘୋଷ ବ୍ୟୁରୋ : ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଆସଦାଚରଣ ଅଭିଯୋଗ ରେ ଶିକ୍ଷକ ଗିରଫ । ସେବାଶ୍ରମ ର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣାରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ପରେ ପୋଲିସର କାର୍ଯ୍ୟାନୁଷ୍ଠାନ । ପ୍ରଶାସନ ଅଭିଯୁକ୍ତ ପ୍ରଧାନ ଶିକ୍ଷକଙ୍କୁ ଚାକିରୀରୁ ନିଲମ୍ବିତ କରିଥିବା ବେଳେ ବର୍ତ୍ତମାନ ପୋଲିସ ଗିରଫ କରି କୋର୍ଟ ଚାଲାଣ କରି ଜେଲ ପଠାଇଛି । ପ୍ରଧାନଶିକ୍ଷକଙ୍କୁ ଗିରଫ କରି ପୋକ୍ସୋ କୋର୍ଟରେ ହାଜର କରିବା ପରେ ଜାମିନ ନାମଞ୍ଜୁର ହେବାରୁ ଶିକ୍ଷକ ସୁକାନ୍ତ କୁମାର ଷଡ଼ଙ୍ଗୀଙ୍କୁ ଜେଲ ପଠାଇ ଦିଆଯାଇଛି । ଗତ ଏପ୍ରିଲ ୧୫ ତାରିଖ ରାତିରେ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ଥାନା ଅନ୍ତର୍ଗତ ଏକ ସେବାଶ୍ରମର ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକ ସୁକାନ୍ତ କୁମାର ଷଡଙ୍ଗୀ ଅସଦାଚରଣର କରିଥିବା ଅଭିଯୋଗ ହୋଇଥିଲା ।

