ଆଜିଠୁ IPL ମେଗା ନିଲାମ, ନିଲାମୀରେ ସାମିଲ ହୋଇଛନ୍ତି ୫୯୦ ଖେଳାଳି

1 min read

ବାଙ୍ଗାଲୋର: ଆଜିଠୁ ଦୁଇଦିନ ଧରି ବାଙ୍ଗଲୋରରେ ଅନୁଷ୍ଠିତ ହେବ ଆଇପିଏଲ୍ ମେଗା ଅକ୍ସନ । ବାଙ୍ଗାଲୋରରେ ହେବାକୁ ଥିବା ଏହି ଦୁଇ ଦିନିଆ ନିଲାମ ପ୍ରକିୟାରେ ୧୦ ଦଳ ସେମାନଙ୍କ ବଳକା ରାଶି ବିନିଯୋଗ କରି ଖେଳାଳିଙ୍କୁ କିଣିବା ପାଇଁ ଚେଷ୍ଟା କରିବ । ଇଣ୍ଡିଆନ ପ୍ରିମିୟର ଲିଗ୍ ସିଜନ-୧୫ ମେଗା ଅକ୍ସନରେ ସାମିଲ ହେବେ ମୋଟ ୫୯୦ ଜଣ ଖେଳାଳି । ସେମାନଙ୍କ ମଧ୍ୟରେ ମୋଟ ୨୨୭ ଜଣ ବିଦେଶୀ ଖେଳାଳି ରହିଛନ୍ତି । ଏହି ମେଗା ଅକ୍ସନରେ ସାମିଲ ହୋଇଥିବା ସମସ୍ତ ଖେଳାଳିଙ୍କ ନାଁ ଜାରି କରିଛି ବିସିସିଆଇ । ତେବେ ଭାରତୀୟଙ୍କ ମଧ୍ୟରେ ଶ୍ରେୟସ ଆୟର, ଓ୍ୱିକେଟକିପର ବ୍ୟାଟ୍ସମ୍ୟାନ ଇଶାନ କିଶାନ ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ବେଶ୍ ଚାହିଦା ରହିଛି । ଚଳିତ ମେଗା ନିଲାମରେ ୧୦ରୁ ଅଧିକ ଭାରତୀୟ ଖେଳାଳି ୧୦ କୋଟିରୁ ଅଧିକରେ ବିକ୍ରି ହୋଇପାରନ୍ତି । ଯଦି ବିଦେଶୀ ଖେଳାଳିଙ୍କ କଥା ଯଦି କହିବା ତାହାଲେ ଚଳିତ ନିଲାମରେ ଡେଭିଡ୍ ଓ୍ୱାର୍ଣ୍ଣର, କ୍ୱିଣ୍ଟନ ଡି’କକ, ପ୍ୟାଟ କମିନ୍ସଙ୍କ ଭଳି ଖେଳାଳିଙ୍କ ଉପରେ ସମସ୍ତ ଫ୍ରାଞ୍ଚାଇଜଙ୍କ ନଜର ରହିବ ।

ଚଳିତ ଥର ମେଗା ନିଲାମରେ ଦୁଇ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି । ସେମାନେ ହେଲେ ଶୁଭ୍ରାଂଶୁ ସେନାପତି ଓ ଅଭିଷେକ ରାଉତ । ଶୁଭ୍ରାଂଶୁ ସେନାପତି ଓଡ଼ିଶା ରଣଜୀ ଟିମର ଅଧିନାୟକ ଅଛନ୍ତି । ସେହିପରି ଅଭିଷେକ୍ ରାଉତ ୨୦୦୮ରେ ରାଜସ୍ଥାନ ରୟାଲ୍ସ ପକ୍ଷରୁ IPL ଖେଳି ସାରିଛନ୍ତି । ଏବେ ସେ ଓଡ଼ିଶା ପାଇଁ ରଣଜୀ ଖେଳୁଛନ୍ତି । ଦୁଇଜଣଙ୍କ ବେସ୍ ପ୍ରାଇସ୍ ୨୦ ଲକ୍ଷ ଟଙ୍କା ରହିଛି । ଓଡିଶାରୁ ମୋଟ ୫ ଖେଳାଳି ନିଲାମୀ ପାଇଁ ନାଁ ରେଜିଷ୍ଟ୍ରେସନ କରିଥିଲେ । ହେଲେ ଶୁଭ୍ରାଂଶୁ ଓ ଅଭିଷେକଙ୍କୁ ନିଲାମୀରେ ସାମିଲ କରାଯିବ ବୋଲି BCCI ପକ୍ଷରୁ ଲିଷ୍ଟ ଜାରି କରାଯାଇଛି ।

Leave a Reply