ଅନଲାଇନ୍ ରିଟେଲ ବଜାରରେ ଆରମ୍ଭ ହେବ ଯୁଦ୍ଧ, ଅମ୍ବାନୀଙ୍କଠାରୁ କିଛି ବଡ଼ କରିବାକୁ ଯାଉଛନ୍ତି ଟାଟା

1 min read

ମୁମ୍ବାଇ: ଚୀନରେ ଜ୍ୟାକ୍ ମା ଓ ପୋନି ମା ଅଲିବାବା ଓ ଟେନସେଣ୍ଟ ଜରିଆରେ ସେଠାରେ ଇଣ୍ଟରନେଟ୍ ବ୍ୟବସାୟ (ଇ-କମର୍ସ) ଉପରେ ସମ୍ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରିଛନ୍ତି । ଏମିତି ଲାଗୁଛି ଭାରତର ୧୩୦ କୋଟି ଲୋକଙ୍କ ଡାଟା ଉପରେ କଣ୍ଟ୍ରୋଲ୍ କରି ବ୍ୟବସାୟ କେବଳ ୨ ଜଣଙ୍କ ଭିତରେ ସୀମିତ ରହିଯିବ । କୁହାଯାଉଛି ଟାଟା ସନ୍ସ ଏକ ସୁପର ଆପ୍ ଆଣୁଛି । ଏଥିପାଇଁ ଟାଟା ଆମେରିକୀୟ କମ୍ପାନୀ ୱାଲମାର୍ଟ ସହ ହାତ ମିଳାଇପାରେ । ଟାଟା ଗ୍ରୁପରେ ୱାଲମାର୍ଟ ୨୫ ଅରବ ଡଲାର ପୁଞ୍ଜି ନିବେଶ କରିପାରେ ।

TATA Group Super App Will Challenge Mukesh Ambani In Retail War

ଟାଟା ସୁପର ଆପରେ ସବୁକିଛି

ଟାଟା ଗ୍ରୁପ୍ ଏହି ଆପ୍ ଜରିଆରେ ନିଜର ଫ୍ୟାସନ୍, ଲାଇଫ ଷ୍ଟାଇଲ୍, ଇଲେକ୍ଟ୍ରୋନିକ୍ସ, ରିଟେଲ୍, ଗ୍ରସରୀ, ଇନ୍ସୁରାନ୍ସ, ଫାଇନାନ୍ସିଆଲ୍ ସର୍ଭିସେସ୍ ଭଳି ବ୍ୟବସାୟକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବ । ରିପୋର୍ଟ ମୁତାବକ, ଏହି ସୁପର ଆପରେ ଡିଜିଟାଲ କଣ୍ଟେଟ, ଶିକ୍ଷା ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ହେବ ।

ଅମ୍ବାନୀଙ୍କ ଜିଓକୁ ଫାଇଦା

TATA Group Super App Will Challenge Mukesh Ambani In Retail War

ମୁକେଶ ଅମ୍ବାନୀ ଓ ଟାଟା ଗ୍ରୁପ୍ ଉଭୟ ନିଜ ନିଜ ଫାଇଦାରେ ଅଛନ୍ତି । ମୁକେଶ ଅମ୍ବାନୀଙ୍କ ଜିଓର ୪୦ କୋଟି ବ୍ୟବହାରକାରୀଙ୍କୁ ଫାଇଦା ମିଳିବ । ଏହା ବାଦ୍ ରିଲିଆନ୍ସ ରିଟେଲ ଚେନ୍ ଭାରତରେ ସବୁଠୁ ବଡ଼ ଅଟେ । ରିଲିଆନ୍ସର ଦେଶରେ ପ୍ରାୟ ୧୨ ହଜାର ଷ୍ଟୋର ରହିଛି । ସେମିତି ରତନ ଟାଟାଙ୍କ କଥା କହିଲେ ଟାଟା ଗ୍ରୁପର ୧୦୦ରୁ ଅଧିକ ବ୍ୟବସାୟ ରହିଛି । ଟାଟା ଚା’ପତିରୁ ନେଇ କାର ସବୁକିଛି ନିର୍ମାଣ କରି ବିକ୍ରି କରୁଛି । ପ୍ରତିଟି କ୍ଷେତ୍ରରେ ବ୍ୟବସାୟ ପାଇଁ ଟାଟାର ବିତରଣ ବ୍ୟବସ୍ଥା ଭିନ୍ନ ।

ଫାଇଦାରେ ରହିବ ଫ୍ଲିପକାର୍ଟ

TATA Group Super App Will Challenge Mukesh Ambani In Retail War

ଟାଟା ଗ୍ରୁପ୍ସ ଏମିତି ଏକ ପୋର୍ଟାଲ ବିକଶିତ କରୁଛି ଯେଉଁଥିରେ ନିଜ ବ୍ରାଣ୍ଡର ସାମଗ୍ରୀ ବିକିବା ସହିତ ବ୍ୟବସାୟ ସମ୍ପ୍ରସାରଣ ହୋଇପାରିବ । ଏହାରି ଭିତରେ ୱାଲମାର୍ଟ ସହ ଟାଟାର ବୁଝାମଣା ହୋଇଗଲେ କମ୍ପାନୀକୁ ଫ୍ଲିପକାର୍ଟର ସମର୍ଥନ ମିଳିବ । ୱାଲମାର୍ଟ ୧୬ ଅରବ ଡଲାର ବିନିମୟରେ ଫ୍ଲିପକାର୍ଟକୁ ଅଧିଗ୍ରହଣ କରିଥିଲା ।

ଟେଲିକମ୍ କ୍ଷେତ୍ରରେ ନାହିଁ ଟାଟା

TATA Group Super App Will Challenge Mukesh Ambani In Retail War

ସବୁ କ୍ଷେତ୍ରରେ ବ୍ୟବସାୟ କରୁଥିବା ଟାଟା ଗ୍ରୁପ୍ସ ଆଗରେ ମଧ୍ୟ କିଛି ଆହ୍ୱାନ ରହିଛି । ଟେଲିକମ୍ ବ୍ୟବସାୟରୁ ସମ୍ପୂର୍ଣ୍ଣ ଭାବେ ବାହାରି ପଡ଼ିଥିବା ଟାଟା ଟେଲିକମରେ ଥିଲେ ଆଉ ଟିକିଏ ଫାଇଦା ପାଇଥାନ୍ତା । ଏୟାର ଇଣ୍ଡିଆ ଓ ଏୟାର ଏସିଆ ଗ୍ରୁପର ଅବସ୍ଥା ଏବେ ବହୁତ ଖରାପ ରହିଛି । ଯଦି, ଟାଟା ଉଡ଼ାଣ କ୍ଷେତ୍ରରେ ରହିବାକୁ ଚାହିଁବ ତ ପୂର୍ବରୁ ନିଜ କମ୍ପାନୀ ଥିବା ଏୟାର ଇଣ୍ଡିଆକୁ କିଣିଲେ ବହୁତ ଟଙ୍କା ଟାଟା ଗ୍ରୁପକୁ ଦରକାର ପଡ଼ିବ । ଟାଟା ଗ୍ରୁପ ଉପରେ ୨୦ ଅରବ ଡଲାର ଅର୍ଥାତ୍ ୧.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଋଣ ରହିଛି । ନିକଟରେ ମୁକେଶ ଅମ୍ବାନୀଙ୍କ RIL ମଧ୍ୟ ନେଟ୍ ଡାଟା ମାଗଣା କରିଛି ।

ଟାଟକୁ ଦରକାର ଟଙ୍କା

TATA Group Super App Will Challenge Mukesh Ambani In Retail War

ଶାପୁରଜି ପାଲୋନଜି ମିସ୍ତ୍ରୀ ସହିତ ଟାଟା ଗ୍ରୁପର ବିବାଦ ଲାଗି ରହିଛି । ଏସପିଜି ଗ୍ରୁପରୁ ଟାଟା ସନ୍ସ ୧୮.୪ ପ୍ରତିଶତ ଅଂଶଧନ କିଣିବାକୁ କହିଛି । ଏଥିପାଇଁ ଟାଟାକୁ ଅରବ ଡଲାର ଦରକାର ପଡ଼ିବ । ଏନ୍ୟପଟେ ରିଲିଆନ୍ସ କଥା କହିଲେ ମୁକେଶ ଅମ୍ବାନୀ ରିଫାଇନିଂ ଓ ପେଟ୍ରୋକେମିକଲ୍ସ ଉପରେ ନିର୍ଭର ନୁହଁନ୍ତି । ଏବେ ରିଫାଇନିଂ ବ୍ୟବସାୟ ପୂରା ଦୁନିଆରେ ବହୁତ ଖରାପ ଅବସ୍ଥା ଦେଇ ଗତି କରୁଛି ।

Leave a Reply