ଅନଲାଇନ୍ ରିଟେଲ ବଜାରରେ ଆରମ୍ଭ ହେବ ଯୁଦ୍ଧ, ଅମ୍ବାନୀଙ୍କଠାରୁ କିଛି ବଡ଼ କରିବାକୁ ଯାଉଛନ୍ତି ଟାଟା
1 min readମୁମ୍ବାଇ: ଚୀନରେ ଜ୍ୟାକ୍ ମା ଓ ପୋନି ମା ଅଲିବାବା ଓ ଟେନସେଣ୍ଟ ଜରିଆରେ ସେଠାରେ ଇଣ୍ଟରନେଟ୍ ବ୍ୟବସାୟ (ଇ-କମର୍ସ) ଉପରେ ସମ୍ପୂର୍ଣ୍ଣ ଅଧିକାର ସାବ୍ୟସ୍ତ କରିଛନ୍ତି । ଏମିତି ଲାଗୁଛି ଭାରତର ୧୩୦ କୋଟି ଲୋକଙ୍କ ଡାଟା ଉପରେ କଣ୍ଟ୍ରୋଲ୍ କରି ବ୍ୟବସାୟ କେବଳ ୨ ଜଣଙ୍କ ଭିତରେ ସୀମିତ ରହିଯିବ । କୁହାଯାଉଛି ଟାଟା ସନ୍ସ ଏକ ସୁପର ଆପ୍ ଆଣୁଛି । ଏଥିପାଇଁ ଟାଟା ଆମେରିକୀୟ କମ୍ପାନୀ ୱାଲମାର୍ଟ ସହ ହାତ ମିଳାଇପାରେ । ଟାଟା ଗ୍ରୁପରେ ୱାଲମାର୍ଟ ୨୫ ଅରବ ଡଲାର ପୁଞ୍ଜି ନିବେଶ କରିପାରେ ।
ଟାଟା ସୁପର ଆପରେ ସବୁକିଛି
ଟାଟା ଗ୍ରୁପ୍ ଏହି ଆପ୍ ଜରିଆରେ ନିଜର ଫ୍ୟାସନ୍, ଲାଇଫ ଷ୍ଟାଇଲ୍, ଇଲେକ୍ଟ୍ରୋନିକ୍ସ, ରିଟେଲ୍, ଗ୍ରସରୀ, ଇନ୍ସୁରାନ୍ସ, ଫାଇନାନ୍ସିଆଲ୍ ସର୍ଭିସେସ୍ ଭଳି ବ୍ୟବସାୟକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରାଇବ । ରିପୋର୍ଟ ମୁତାବକ, ଏହି ସୁପର ଆପରେ ଡିଜିଟାଲ କଣ୍ଟେଟ, ଶିକ୍ଷା ପାଠ୍ୟକ୍ରମ ମଧ୍ୟ ଉପଲବ୍ଧ ହେବ ।
ଅମ୍ବାନୀଙ୍କ ଜିଓକୁ ଫାଇଦା
ମୁକେଶ ଅମ୍ବାନୀ ଓ ଟାଟା ଗ୍ରୁପ୍ ଉଭୟ ନିଜ ନିଜ ଫାଇଦାରେ ଅଛନ୍ତି । ମୁକେଶ ଅମ୍ବାନୀଙ୍କ ଜିଓର ୪୦ କୋଟି ବ୍ୟବହାରକାରୀଙ୍କୁ ଫାଇଦା ମିଳିବ । ଏହା ବାଦ୍ ରିଲିଆନ୍ସ ରିଟେଲ ଚେନ୍ ଭାରତରେ ସବୁଠୁ ବଡ଼ ଅଟେ । ରିଲିଆନ୍ସର ଦେଶରେ ପ୍ରାୟ ୧୨ ହଜାର ଷ୍ଟୋର ରହିଛି । ସେମିତି ରତନ ଟାଟାଙ୍କ କଥା କହିଲେ ଟାଟା ଗ୍ରୁପର ୧୦୦ରୁ ଅଧିକ ବ୍ୟବସାୟ ରହିଛି । ଟାଟା ଚା’ପତିରୁ ନେଇ କାର ସବୁକିଛି ନିର୍ମାଣ କରି ବିକ୍ରି କରୁଛି । ପ୍ରତିଟି କ୍ଷେତ୍ରରେ ବ୍ୟବସାୟ ପାଇଁ ଟାଟାର ବିତରଣ ବ୍ୟବସ୍ଥା ଭିନ୍ନ ।
ଫାଇଦାରେ ରହିବ ଫ୍ଲିପକାର୍ଟ
ଟାଟା ଗ୍ରୁପ୍ସ ଏମିତି ଏକ ପୋର୍ଟାଲ ବିକଶିତ କରୁଛି ଯେଉଁଥିରେ ନିଜ ବ୍ରାଣ୍ଡର ସାମଗ୍ରୀ ବିକିବା ସହିତ ବ୍ୟବସାୟ ସମ୍ପ୍ରସାରଣ ହୋଇପାରିବ । ଏହାରି ଭିତରେ ୱାଲମାର୍ଟ ସହ ଟାଟାର ବୁଝାମଣା ହୋଇଗଲେ କମ୍ପାନୀକୁ ଫ୍ଲିପକାର୍ଟର ସମର୍ଥନ ମିଳିବ । ୱାଲମାର୍ଟ ୧୬ ଅରବ ଡଲାର ବିନିମୟରେ ଫ୍ଲିପକାର୍ଟକୁ ଅଧିଗ୍ରହଣ କରିଥିଲା ।
ଟେଲିକମ୍ କ୍ଷେତ୍ରରେ ନାହିଁ ଟାଟା
ସବୁ କ୍ଷେତ୍ରରେ ବ୍ୟବସାୟ କରୁଥିବା ଟାଟା ଗ୍ରୁପ୍ସ ଆଗରେ ମଧ୍ୟ କିଛି ଆହ୍ୱାନ ରହିଛି । ଟେଲିକମ୍ ବ୍ୟବସାୟରୁ ସମ୍ପୂର୍ଣ୍ଣ ଭାବେ ବାହାରି ପଡ଼ିଥିବା ଟାଟା ଟେଲିକମରେ ଥିଲେ ଆଉ ଟିକିଏ ଫାଇଦା ପାଇଥାନ୍ତା । ଏୟାର ଇଣ୍ଡିଆ ଓ ଏୟାର ଏସିଆ ଗ୍ରୁପର ଅବସ୍ଥା ଏବେ ବହୁତ ଖରାପ ରହିଛି । ଯଦି, ଟାଟା ଉଡ଼ାଣ କ୍ଷେତ୍ରରେ ରହିବାକୁ ଚାହିଁବ ତ ପୂର୍ବରୁ ନିଜ କମ୍ପାନୀ ଥିବା ଏୟାର ଇଣ୍ଡିଆକୁ କିଣିଲେ ବହୁତ ଟଙ୍କା ଟାଟା ଗ୍ରୁପକୁ ଦରକାର ପଡ଼ିବ । ଟାଟା ଗ୍ରୁପ ଉପରେ ୨୦ ଅରବ ଡଲାର ଅର୍ଥାତ୍ ୧.୫ ଲକ୍ଷ କୋଟିରୁ ଅଧିକ ଟଙ୍କା ଋଣ ରହିଛି । ନିକଟରେ ମୁକେଶ ଅମ୍ବାନୀଙ୍କ RIL ମଧ୍ୟ ନେଟ୍ ଡାଟା ମାଗଣା କରିଛି ।
ଟାଟକୁ ଦରକାର ଟଙ୍କା
ଶାପୁରଜି ପାଲୋନଜି ମିସ୍ତ୍ରୀ ସହିତ ଟାଟା ଗ୍ରୁପର ବିବାଦ ଲାଗି ରହିଛି । ଏସପିଜି ଗ୍ରୁପରୁ ଟାଟା ସନ୍ସ ୧୮.୪ ପ୍ରତିଶତ ଅଂଶଧନ କିଣିବାକୁ କହିଛି । ଏଥିପାଇଁ ଟାଟାକୁ ଅରବ ଡଲାର ଦରକାର ପଡ଼ିବ । ଏନ୍ୟପଟେ ରିଲିଆନ୍ସ କଥା କହିଲେ ମୁକେଶ ଅମ୍ବାନୀ ରିଫାଇନିଂ ଓ ପେଟ୍ରୋକେମିକଲ୍ସ ଉପରେ ନିର୍ଭର ନୁହଁନ୍ତି । ଏବେ ରିଫାଇନିଂ ବ୍ୟବସାୟ ପୂରା ଦୁନିଆରେ ବହୁତ ଖରାପ ଅବସ୍ଥା ଦେଇ ଗତି କରୁଛି ।