spot_img

Latest Posts

ତାମିଲନାଡୁରେ ବଢ଼ିଲା ଭାଷା ଯୁଦ୍ଧ: ରୁପି ସିମ୍ବଲ ହଟାଇଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଷ୍ଟାଲିନ

ଚେନ୍ନଇ: ତାମିଲନାଡୁରେ ବଢ଼ିଲା ହିନ୍ଦୀ ଭାଷା ବିବାଦ। ଏପରିକି ରାଜ୍ୟ ବଜେଟରେ ବି ପଡିଛି ଏହାର ପ୍ରତିଫଳନ। ସାରା ଦେଶରେ ପ୍ରଚଳିତ ଟଙ୍କାର ସାଙ୍କେତିକ ଚିହ୍ନକୁ ହଟାଇ ଦେଇଛନ୍ତି ଷ୍ଟାଲିନ। ପୂର୍ବରୁ ବଜେଟରେ ହିନ୍ଦୀ ଅକ୍ଷରର ଟଙ୍କା ସିମ୍ବଲକୁ ହଟାଇ ତାମିଲ `ରୁ’ କରିଛନ୍ତି। ୨୦୨୪ ବଜେଟରେ ସେ ଟଙ୍କାର ହିନ୍ଦୀ ସିମ୍ବଲକୁ ରଖିଥିବାବେଳେ ୨୦୫-୨୬ ବଜେଟରେ ତାମିଲ ଶବ୍ଦ ରୁ ଲେଖିଛନ୍ତି। ତାମିଲ ଭାଷାର ବ୍ୟାପକ ବ୍ୟବହାର କରିବା ଲାଗି ଷ୍ଟାଲିନ ଏହି ପଦକ୍ଷେପ ନେଇଛନ୍ତି। ୨୦୨୩-୨୪ ବଜେଟରେ ବି ଟଙ୍କାର ସିମ୍ବଲ ରହିଥିଲା। ମାତ୍ର ଚଳିତ ବଜେଟରେ ଏହି ସିମ୍ବଲ ହଚାଇଛନ୍ତି ଷ୍ଟାଲିନ। ଏହି ବହୁଚର୍ଚ୍ଚିତ ଟଙ୍କାର ସିମ୍ବଲକୁ ଆଇଆଇଟି ଗୁଆହାଟୀର ଜଣେ ପ୍ରଫେସର ଉଦୟ କୁମାର ପ୍ରସ୍ତୁତ କରିଥିଲେ। ବଡ଼କଥା ହେଉଛି ସେ ଡିଏମକେର ଜଣେ ନେତାଙ୍କ ପୁଅ ଥିଲେ। କୌଣସି ଏକ ରାଜ୍ୟ ଟଙ୍କାର ଜାତୀୟ ସିମ୍ବଲକୁ ରଦ୍ଦ କରିବାରେ ତାମିଲନାଡୁ ପ୍ରଥମ ରାଜ୍ୟ ଭାବେ ପରିଗଣିତ ହୋଇଛି। ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ତାମିଲନାଡୁ ବିଜେପି ସଭାପତି କେ. ଆନାମଲାଇ।

Latest Posts

Don't Miss