ଘର କୋଣରେ ରହିବେ ମହିଳା, ତାଲିବାନ ସରକାର ଆଣିଲେ ନୂଆ ଯୋଜନା

କାବୁଲ: ଅସଲ ରୂପ ଦେଖାଉଛି ତାଲିବାନ୍ । ମହିଳାଙ୍କୁ ଘର କୋଣରେ ରଖିବାକୁ ତାଲିବାନ ସରକାରଙ୍କ ଯୋଜନା । ଆଫଗାନିସ୍ତାନରେ ଏନଜିଓରେ କାମ କରିପାରିବେନି ମହିଳା । ଛାତ୍ରୀଙ୍କୁ ବିଶ୍ବବିଦ୍ୟାଳରେ ପ୍ରବେଶ ଉପରେ କଟକଣା ପରେ ଏନଜିଓରେ କାମ କରିବାକୁ ମନା କରିଛି ତାଲିବାନ୍ । ମହିଳାଙ୍କୁ ବ୍ୟାନ କରିବାକୁ ସମସ୍ତ ଏନଜିଓ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛି ତାଲିବାନ୍ ସରକାର ।

କାମ କରୁଥିବା ମହିଳାଙ୍କୁ ତୁରନ୍ତ ବ୍ୟାନ୍ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଇସଲାମିକ ଡ୍ରେସ କୋର୍ଡକୁ ମାନୁନଥିବା ଅଭିଯୋଗରେ ମହିଳାଙ୍କୁ ବ୍ୟାନ କରାଯାଇଛି । ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୌଣସି ମହିଳା ଏନଜିଓରେ କାମ କରିପାରିବେ ନାହିଁ ବୋଲି ଆଫଗାନ ଅର୍ଥମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି । ପୂର୍ବରୁ ଛାତ୍ରୀଙ୍କୁ ବିଶ୍ବବିଦ୍ୟାଳୟରେ ପ୍ରବେଶ ନକରିବାକୁ କଟକଣା ଜାରି କରିଥିଲା ତାଲିବାନ୍ । ଯାହାକୁ ସାରା ବିଶ୍ବରେ ନିନ୍ଦା କରାଯାଉଛି ।