ତାଲିବାନୀଙ୍କ କ୍ରୁରତା, ଜିନ୍ସ ପିନ୍ଧିଥିବାରୁ ରାସ୍ତା ମଝିରେ ଯୁବକଙ୍କୁ ଚାବୁକ ମାଡ଼

କାବୁଲ: ତାଲିବାନ ଆଫଗାନିସ୍ତାନକୁ କାବୁ କରିବା ପରେ ସେମାନେ ସେଠାରେ ଥିବା ସାଧାରଣ ଜନତାଙ୍କ ଉପରେ ଅତ୍ୟାଚାର କରିବା ଆରମ୍ଭ କରିଛନ୍ତି। ଜିନ୍ସ ପରି ‘ପାଶ୍ଚାତ୍ୟ’ ପୋଷାକ ପିନ୍ଧିଥିବାରୁ ଆଫଗାନିସ୍ତାନ ରାସ୍ତାରେ ସାଧାରଣ ନାଗରିକଙ୍କୁ ମାଡ ମାରୁଛନ୍ତି ତାଲିବାନୀ । ବେଳେବେଳେ ଏକ ଚାବୁକ ସହିତ ପିଟୁଛନ୍ତି ମଧ୍ୟ ।

ଡେଲି ମେଲ ରିପୋର୍ଟ ଅନୁଯାୟୀ, ଅନେକ ଯୁବକ ଆଫଗାନିସ୍ତାନ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯେ ଜିନ୍ସ ପିନ୍ଧି ଇସଲାମ ଧର୍ମକୁ ଅସମ୍ମାନ କରୁଥିବା ଅଭିଯୋଗ କରି ତାଲିବାନ ଆତଙ୍କବାଦୀମାନେ ସେମାନଙ୍କୁ ମାଡ ମାରିଛନ୍ତି ।

ଏକ ପୋଷ୍ଟରେ କୁହାଯାଇଛି ଯେ, କିଛି ଯୁବକ କାବୁଲରେ ନିଜ ସାଙ୍ଗ ମାନଙ୍କ ସହ ବୁଲାବୁଲି କରୁଥିଲେ, ଛିକ ସେହି ସମୟରେ କିଛି ତାଲିବାନୀଙ୍କ ସହ ମୁହାଁମୁହିଁ ହୋଇଗଲେ, କିଛି ଯୁବକ ଦୌଡ଼ି ପଳାଇଲେ, ଆଉ କିଛିଙ୍କୁ ବନ୍ଧୁକ ମୁନରେ ଅଟକାଇଲେ ତାଲିବାନୀ । ପରେ ସେମାନଙ୍କୁ ରାସ୍ତାରେ ମାଡ଼ ମାରିଥିଲେ । ଜଣେ ତାଲିବାନୀ ସ୍ଥାନୀୟ ଖବରକାଗଜ ଇଟିଲାଟ୍ରୋଜକୁ କହିଛନ୍ତି ଯେ, ପୁରୁଷଙ୍କ ପାଇଁ ଡ୍ରେସ କୋଡ ସ୍ଥିର କରିବା ବାକି ଅଛି ।କିନ୍ତୁ ରିପୋର୍ଟରେ ଦର୍ଶାଯାଇଛି ଯେ ପାରମ୍ପାରିକ ‘ଆଫଗାନିସ୍ତାନ ପୋଷାକ’ରୁ ଛାଡ଼ି ‘ପାଶ୍ଚାତ୍ୟ ‘ପୋଷାକକୁ ତାଲିବାନ ଅନୁମତି ଦେବାକୁ ଅନିଚ୍ଛା ପ୍ରକାଶ କରୁଛି।

Leave a Reply