ସିମ୍ କାର୍ଡ ସ୍ୱାପିଂ କରି ଠକେଇ ମାମଲା: ୩ ଠକ ଗିରଫ

ଭୁବନେଶ୍ୱର: ସିମ୍‌ କାର୍ଡ ସ୍ୱାପିଂ କରି ଠକେଇ ମାମଲା । ସ୍ପେଶାଲ ସ୍କ୍ୱାଡ୍ କବଜାରେ ୩ ଜଣିଆ ଠକ । ଗତକାଲି ବିଳମ୍ବିତ ରାତିରେ କଟକ ଅଞ୍ଚଳରୁ ୩ ଜଣଙ୍କୁ ଉଠାଇ ଆଣିଛି ସ୍ପେଶାଲ ସ୍କ୍ୱାର୍ଡ । ସେମାନଙ୍କ ଠାରୁ ବିପୁଳ ପରିମାଣର ସିମ କାର୍ଡ଼, ଆଧାରକାର୍ଡ ଓ ମୋବାଇଲ ଜବତ କରାଯାଇଛି । ରାକେଟର ଟାର୍ଗେଟରେ ଥିଲା ଗ୍ରାହକଙ୍କ ସ୍ପେଶାଲ ନମ୍ବର । ନମ୍ବର ବନ୍ଦ ହୋଇଯିବ କହି ଓଟିପି ହାତେଇ ସାଇବର ଠକଙ୍କ ଷ୍ଟାଇଲରେ ଲୁଟୁ ଥିଲେ । ଏନେଇ ସାଇବର ହେଲ୍ପ ଡେସ୍କରେ ଅଭିଯୋଗ ପରେ ତନାଘନା କରିଥିଲା ପୋଲିସ ।

Leave a Reply