ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସୁଇଟି ରଏ ନିଖୋଜ ଘଟଣା, ପୁରୁଷବନ୍ଧୁ ସହ ପଶ୍ଚିମବଙ୍ଗରେ ଅଛନ୍ତି ସୁଇଟି

ଭୁବନେଶ୍ୱର: ଭୁବନେଶ୍ୱର ଷ୍ଟେସନରୁ ଇଞ୍ଜିନିୟରିଂ ଛାତ୍ରୀ ସୁଇଟି ରଏ ନିଖୋଜ ଘଟଣା । ପୁରୁଷବନ୍ଧୁ ସହ ଛାତ୍ରୀଙ୍କ ଜଣକ ପଶ୍ଚିମବଙ୍ଗରେ ଅଛନ୍ତି  । ଲୋକେସନରୁ ଟ୍ରାକ କଲା ଜିଆରପି । ସୁଇଟିଙ୍କୁ ଉଦ୍ଧାର କରିବାକୁ  ସ୍ଥାନୀୟ ପୋଲିସର ସହାୟତା ନେଲା ଜିଆରିପି । ବୁଧବାର ଦିନ ସୁଇଟ୍ ଜନଶତାବ୍ଦୀ ଏକ୍ସପ୍ରେସ୍ ଯୋଗେ କୋଲାକାତାରୁ ଭୁବନେଶ୍ବର ଆସିଥିଲେ । ରାତି ପ୍ରାୟ ୮ଟାରେ ସେ ଭୁବନେଶ୍ୱର ରେଳଷ୍ଟେସନରେ ଓହ୍ଲାଇଥିଲେ । ପ୍ଲାଟଫର୍ମ ୬ରେ ଥାଇ ସେ ମାଙ୍କୁ ଫୋନ୍ କରି ଭୁବନେଶ୍ୱରରେ ପହଞ୍ଚିବା ଜଣାଇଥିଲେ ।

ପ୍ରାୟ ଅଧ ଘଣ୍ଟା ପରେ ମା ତାଙ୍କୁ ଫୋନ୍ କରିଥିଲେ । ମାତ୍ର ଫୋନ୍ ସୁଇଚଅଫ୍ ଥିଲା । ପରିବାର ଲୋକେ ଆଶଙ୍କା କରି ସୁଇଟଙ୍କ ବାପା ରାଜଧାନୀରେ ରହୁଥିବା ବନ୍ଧୁ ସୁରେଶ ପଣ୍ଡାକୁ ଘଟଣା ବିଷୟରେ କହିଥିଲେ । ସୁରେଶ ଭୁବନେଶ୍ୱର ରେଳବାଇ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୋଲିସ ପ୍ଲାଟଫର୍ମରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା । ସୁଇଟଙ୍କ ସହ ଜଣେ ଯୁବକଙ୍କୁ ଫୁଟେଜ ପାଇଥିଲା । ପରେ ସେମାନଙ୍କୁ ହାୱଡା ଷ୍ଟେସନର ସିସିଟିଭି ଫୁଟେଜରେ ମଧ୍ୟ ଦେଖିବାକୁ ମିଳିଥିଲା । ଏବେ ସେମାନେ ଚିତ୍ତପୁର ଟାଉନରେ ଥିବା ଜଣାପଡ଼ିଛି ।