ଚାଇନା ବାଣରେ ଅଧିକ ପ୍ରଦୂଷଣ, ଦେଶୀ ବାଣରେ ରୋକ୍‌ ନିଷ୍ପତି ଭୁଲ୍‌: ଅଶ୍ୱିନୀ ମହାଜନ

1 min read
Aswini mahajan

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଗଠନର ଏକ ସହାୟକ ସଂଘ ସ୍ୱଦେଶୀ ଜାଗରଣ ମଞ୍ଚ, ଶନିବାର କହିଛି ଯେ, ଚୀନ୍‌ରୁ ବେଆଇନ୍‌ ଭାବେ ଆସୁଥିବା ବାଣରେ ଅଧିକ ପ୍ରଦୂଷଣ ହୋଇଥାଏ । ତେଣୁ ଚୀନ୍‌ ବାଣ ଉପରେ ରୋକ ଲଗାଯାଉ କିନ୍ତୁ ଦେଶୀ ସବୁଜ ବାଣ ଉପରେ କଟକଣା କୋହଳ କରାଯାଉ । କାରଣ ଭାରତୀୟ ସବୁଜ ବାଣ ଦ୍ୱାରା ଅପେକ୍ଷାକୃତ କମ୍‌ ପ୍ରଦୂଷଣ ହୋଇଥାଏ । ତେଣୁ ରାଜ୍ୟ ସରକାରମାନେ ଦେଶୀ ବାଣ ପ୍ରତି ରୋକ ଲଗାଇବାଠାରୁ ଦୂରେଇ ରୁହନ୍ତୁ ବୋଲି ମଞ୍ଚ ପକ୍ଷରୁ ନିବେଦନ କରାଯାଇଛି ।

Aswini mahajan

ଏସ୍‌ଜେଏମ୍‌ର ସହ-ସଂଯୋଜକ ଅଶ୍ୱିନୀ ମହାଜନ କହିଛନ୍ତି ଯେ, ପ୍ରାୟ ୧୦ ଲକ୍ଷ ଲୋକ ଏହି ବାଣ ପ୍ରସ୍ତୁତ କରି ଦୀପାବଳିରେ ବିକ୍ରି କରିବାକୁ ଅପେକ୍ଷା କରିଥାନ୍ତି । ଏହି ବାଣ ବିକ୍ରିରୁ ହିଁ ସେମାନଙ୍କ ଗୁଜୁରାଣ ମେଣ୍ଟାଇଥାନ୍ତି । ହଠାତ୍‌ ବାଣ ବିକ୍ରି ଉପରେ ରୋକ ଲାଗିବା ପରେ ଏହି ୧୦ ଲକ୍ଷ ପରିବାର ନିଜର ପ୍ରତିପୋଷଣ କିଭଳି କରିବେ ସେନେଇ ଚିନ୍ତାରେ ପଡ଼ିଯାଇଛନ୍ତି । ତେଣୁ ସେମାନଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ସବୁଜ ବାଣକୁ ବ୍ୟାନ୍‌ କରାଯିବା ଉଚିତ୍‌ ନୁହେଁ । ସବୁଜ ବାଣରୁ ପ୍ରଦୂଷଣ ଅପେକ୍ଷାକୃତ କମ୍‌ ହୋଇଥାଏ । କିନ୍ତୁ ଚାଇନା ବାଣରେ ଅଧିକ ପ୍ରଦୂଷଣ ରହିଥାଏ । ତେଣୁ କେବଳ ଚାିନା ବାଣକୁ ବ୍ୟାନ୍‌ କରାଯାଉ । ଦେଶୀ ସବୁଜ ବାଣ ଉପରୁ କଟକଣା ହଟାଯାଉ । ଅଶ୍ୱିନୀ ଆହୁରି କହିଛନ୍ତି ଯେ, କୌଣସି ଠୋସ୍‌ ତଥ୍ୟ ନଥାଇ ରାଜ୍ୟ ସରକାରମାନେ ବାଣ ଉପରେ ରୋକ ଲାଗାଇଛନ୍ତି । ଯାହାକି ସମ୍ପୂର୍ଣ୍ଣ ଭୁଲ ପଦକ୍ଷେପ ।

Leave a Reply