ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା: ଆଦିତ୍ୟ ଚୋପ୍ରାଙ୍କୁ ୩ ଘଣ୍ଟା ଜେରା

ମୁମ୍ୱାଇ: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ପରେ ଗୋଟିଏ ପଟେ ସୋସିଆଲ ମିଡିଆରେ ନେପୋଟିଜମ୍‌କୁ ନେଇ ବଡ଼ ବିବାଦ ଦେଖାଦେଇଛି । ଅନ୍ୟ ପଟେ ମୁମ୍ବାଇ ପୋଲିସ ଏହି ମାମଲାର ତଦନ୍ତରେ ବ୍ୟସ୍ତ ଅଛି। ବର୍ତ୍ତମାନ ପର୍ଯ୍ୟନ୍ତ ସୁଶାନ୍ତଙ୍କ ସମ୍ପର୍କରେ ଥିବା କିଛି ବ୍ୟକ୍ତିଙ୍କ ସହ ଇଣ୍ଡଷ୍ଟ୍ରିର ଅନେକ ସେଲିବ୍ରିଟିଙ୍କୁ ମୁମ୍ୱାଇ ପୋଲିସ ପଚରାଉଚରା କରିଛି । ଏଥି ସହ ନିକଟରେ ମୁମ୍ବାଇ ପୋଲିସ ମଧ୍ୟ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କୁ ପଚରାଉଚରା ପାଇଁ ଡାକିଥିଲା ।

Sushant Singh Rajput Death Investigation: Mumbai Police records ...

ଆଦିତ୍ୟ ପୋଲିସକୁ ତାଙ୍କ ବିବୃତ୍ତି ଦେଇଛନ୍ତି । ଶନିବାର ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଆଦିତ୍ୟ ଚୋପ୍ରାଙ୍କ ବିବୃତ୍ତି ରେକର୍ଡ କରାଯାଇଛି। ବଲିଉଡର ସବୁଠାରୁ ବଡ଼ ପ୍ରଡକସନ୍ ହାଉସ୍ ମଧ୍ୟରୁ ୟସ୍ ରାଜ ଫିଲ୍ମସର ଅଧ୍ୟକ୍ଷ ହେଉଛନ୍ତି ଆଦିତ୍ୟ ଚୋପ୍ରା । ତାଙ୍କ ବିବୃତ୍ତିକୁ ଭର୍ସୋଭା ପୋଲିସ ଷ୍ଟେସନରେ ବାନ୍ଦ୍ରା ପୋଲିସ ରେକର୍ଡ କରିଛି ।

Sushant Singh Rajput: Mumbai Police probes Rhea Chakraborty's ...

ସୁଶାନ୍ତ ସିଂହ ୟସ୍ ରାଜ ପ୍ରଡକ୍ସନ୍ସ ସହିତ କାମ କରିଛନ୍ତି। ସୁଶାନ୍ତ ସିଂହ ରାଜପୁତ ୟସ ରାଜ ଫିଲ୍ମ ସହିତ ‘ଶୁଦ୍ଧ ଦେଶୀ ରୋମାନ୍ସ’ ଏବଂ ‘ବ୍ୟୋମକେସ୍ ବକ୍ସି’ ଭଳି ଚଳଚ୍ଚିତ୍ର କରିଥିଲେ। ଏହାପୂର୍ବରୁ ୟସ୍ ରାଜଙ୍କ କାଷ୍ଟିଂ ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ବିବୃତ୍ତି ମଧ୍ୟ ଏହି ମାମଲାରେ ରେକର୍ଡ କରାଯାଇଛି । ଆଦିତ୍ୟ ଚୋପ୍ରାଙ୍କୁ ମୁମ୍ୱାଇ ପୋଲିସ ପାଖାପାଖି ୩ ଘଣ୍ଟା ପଚରାଉଚରା କରିଛି ।

୧୮ ବର୍ଷ ପୂର୍ବେ ତାମିଲ ଫିଲ୍ମରୁ କରିଥିଲେ ଏଣ୍ଟ୍ରି… ଜନ୍ମଦିନରେ ପ୍ରିୟଙ୍କାଙ୍କ ପୁରୁଣା ଫଟୋ ଭାଇରାଲ

ଆଜି ୯ଟାରୁ ୧୨ ଟା ଯାଏଁ ଭର୍ସୋଭା ପୋଲିସ ଷ୍ଟେସନରେ ସେଥିଲେ । ସେ ପାଖାପାଖି ୧୨ ଟାରେ ପୋଲିସ ଷ୍ଟେସନରୁ ବାହାରିଲେ । ତେବ ଏଯାବତ୍ ପଚରାଉଚରା ନେଇ କୌଣସି ସୂଚନା ମିଳିପାରିନାହିଁ ।

ସୂଚନା ଯୋଗ୍ୟ ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ପୋଲିସ ସୁଶାନ୍ତ ସିଂହ ରାଜପୁତ ମାମଲାରେ ଅନେକ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କୁ ପ୍ରଶ୍ନ କରିଛି । ଯେଉଁଥିରେ ଆଦିତ୍ୟ ଚୋପ୍ରା, ନିର୍ଦ୍ଦେଶକ ଶାନୁ ଶର୍ମାଙ୍କ ବ୍ୟତୀତ ରିୟା ଚକ୍ରବର୍ତ୍ତୀ, ସଞ୍ଜୟ ଲୀଲା ଭନସାଲୀଙ୍କ ପରି ସେଲିବ୍ରିଟି ଅଛନ୍ତି। ଏଥିସହିତ ବଲିଉଡର ସେଲିବ୍ରିଟିଙ୍କ ସହ ସୁଶାନ୍ତଙ୍କ ରୋଷେଇ, ତାଙ୍କ ଭଉଣୀ, ତାଙ୍କର ଘନିଷ୍ଠ ବନ୍ଧୁ, ପ୍ରେମିକା ରିୟା ଚକ୍ରବର୍ତ୍ତୀ, ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭନସାଲୀଙ୍କ ସମେତ ପୋଲିସ ଏହି ଘଟଣାରେ ଅନେକ ଲୋକଙ୍କୁ ପଚରାଉଚରା କରିଛି।

Leave a Reply