Sushant Singh Rajput Case: ନିର୍ଦ୍ଦେଶକ ଦୀନେଶ ବିଜାନଙ୍କ ଘରେ ଇଡି ରେଡ୍

1 min read

ମୁମ୍ବାଇ: ବଲିଉଡର ଉଦୀୟମାନ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ପୁଣି ଏକ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି । ସୁଶାନ୍ତଙ୍କ ମାମଲାର ତଦନ୍ତ ପାଇଁ ଇଡି ଚଳଚ୍ଚିତ୍ର ନିର୍ମାତା ଦୀନେଶ ବିଜାନଙ୍କ ଘରେ ଏବଂ ଅଫିସରେ ସର୍ଚ୍ଚ ଅପରେସନ କରୁଛି । ଦୀନେଶ ବିଜାନଙ୍କ ସହ ସୁଶାନ୍ତ ଫିଲ୍ମ ରାବତାରେ କାମ କରିଥିଲେ। ଏଥିରେ ସୁଶାନ୍ତଙ୍କ ବିପକ୍ଷରେ ଅଭିନେତ୍ରୀ କ୍ରିତି ସାନନ୍ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରକୁ ପାଇଁ ଦିଆଯାଇଥିବା ରାଶିକୁ ନେଇ ଏବେ ଇଡି ଅନୁସନ୍ଧାନ ଆରମ୍ଭ କରିଛି ।

୨୦୧୭ ମସିହା ଜୁନ ମାସ ୯ ତାରିଖରେ ଫିଲ୍ମ ରାବତା ରିଲିଜ ହୋଇଥିଲା । ଏହି ଫିଲ୍ମରେ ନିର୍ଦ୍ଦେଶନା ଦେଇ ନିର୍ଦ୍ଦେଶକ ଦିନେଶ ବିଜାନ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ଏକ ରୋମାଣ୍ଟିକ୍ ଆକ୍ସନ୍ ଫିଲ୍ମ । ରାବତାର ପ୍ରଯୋଜକ ମଧ୍ୟ ଦିନେଶ ବିଜାନ ଥିଲେ । ଫିଲ୍ମରେ ସୁଶାନ୍ତ ଏବଂ କ୍ରିତିଙ୍କ ବ୍ୟତୀତ ଜିମ ସରବ, ରାଜକୁମାର ରାଓ ଏବଂ ବରୁଣ ଶର୍ମା ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରରେ ପୁନର୍ଜନ୍ମ ନେଇ ଉଭୟ ଅଭିନେତା ଓ ଅଭିନେତ୍ରୀଙ୍କ କେମିଷ୍ଟ୍ରି ଦେଖିବାକୁ ମିଳିଥିଲା ।  ଏହି ସିନେମା ରିଲିଜ ହେବା ପରେ ଫ୍ଲପ୍ ହୋଇଥିଲା  । ଚଳଚ୍ଚିତ୍ରରେ ପ୍ରଥମ ଥର ପାଇଁ ସୁଶାନ୍ତଙ୍କ ସହ କ୍ରିତି ଅଭିନୟ କରିଥିଲେ।

https://www.instagram.com/p/B_y5I0iDxlF/?utm_source=ig_embed

ଜୁନ୍ ମାସ ୧୪ ତାରିଖରେ ସୁଶାନ୍ତ ସିଂ ରାଜପୁତ ନିଜ ବାନ୍ଦ୍ରା ଫ୍ଲାଟରେ ଆତ୍ମହତ୍ୟା କରିଥିଲେ । ଏବେ ବି ସୁଶାନ୍ତଙ୍କ ମାମଲା ନେଇ ସିବିଆଇ, ଇଡି ଏବଂ ଏନସିବି ତଦନ୍ତ ଜାରି ରଖିଛି । ସୁଶାନ୍ତଙ୍କ ପରିବାର ସଦସ୍ୟଙ୍କ କହିବା ଅନୁସାରେ, ସୁଶାନ୍ତ କେବେ ବି ଆତ୍ମହତ୍ୟା କରିନଥିବେ । ସୁଶାନ୍ତଙ୍କୁ ବିଷ ଦେଇ ହତ୍ୟା କରିଯାଇଥିବା ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ । ହେଲେ ନିକଟରେ ଏମ୍ସ ରିପୋର୍ଟରୁ ସ୍ପଷ୍ଟ ହୋଇଥିଲା ଯେ, ସୁଶାନ୍ତଙ୍କୁ ବିଷ ଦିଆଯାଇନଥିଲା । ଏମ୍ସ ରିପୋର୍ଟ ମର୍ଡର ଥିଓରିକୁ ଭୁଲ ବୋଲି କହିଥିଲେ । ଏମ୍ସ ରିପୋର୍ଟକୁ ଦୃଷ୍ଟିରେ ରଖି ସିବିଆଇ ଏହି ମାମଲାର ଶେଷ ନିଷ୍ପତ୍ତିରେ ପହଞ୍ଚିବ ।

Leave a Reply