ବିଜେପି ଉପରେ ବର୍ଷିଲେ ସୁର, କହିଲେ ଚାଷୀଙ୍କୁ ନେଇ ରାଜନୀତି କରନି

ଭୁବନେଶ୍ୱର: ପଦମପୁରରେ ବିଜେପିର ନାମାଙ୍କନ ରାଜନୀତିକୁ ସବୁଆଡ଼ୁ ନିନ୍ଦା । ବିଜେପିକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ । ସୁର କହିଛନ୍ତି ଯଦି ଚାଷୀଙ୍କ ପାଇଁ ହୃଦୟ ପୋଡ଼ି ଯାଉଥିଲା ତେବେ କଣ ପାଇଁ ରାଲି କରି ନାମାଙ୍କନ ଭରିବାକୁ ଗଲ । ଆଜି ଗୋଟିଏ ଦିନ ନାମାଙ୍କନ ସ୍ଥଗିତ ରଖିବାର ଅର୍ଥ କଣ ।

ଯଦି ଚାଷୀଙ୍କ ପାଇଁ ଦରଦ ଥିଲା ତେବେ କାହିଁକି ନାମାଙ୍କନ ଭରିବାକୁ ଯାଉଥିଲ ବୋଲି ପ୍ରଶ୍ନ କରିଛନ୍ତି ସୁର । ଯଦି ବାସ୍ତବରେ ଚାଷୀଙ୍କ ପାଇଁ ଦୁଃଖ ଲାଗୁଛି ତେବେ ଜମାରୁ ନାମାଙ୍କନ ନକରିବାକୁ ସେ ଆହ୍ବାନ ଦେଇଛନ୍ତି । ଚାଷୀଙ୍କୁ ନେଇ ରାଜନୀତି କରାଯାଉଛି । ନାମାଙ୍କନ କରିବାକୁ ଯାଇ ଚାଷୀଙ୍କ ନାଁ ନେଇ ଫେରିଆସିବା ବିଜେପି ଡ୍ରାମା କରୁଥିବା ପ୍ରମାଣ ହୋଇଛି ବୋଲି ସୁର କହିଛନ୍ତି ।