ବିଜେପି ଯୁବ ମୋର୍ଚ୍ଚା ଗଣ୍ଡଗୋଳ କରିବା ପ୍ରସଙ୍ଗରେ ବର୍ଷିଲେ ସୁର

1 min read

ନନ୍ଦିଘୋଷ ବ୍ୟୁରୋ: କଂଗ୍ରେସ ଭବନରେ ବିଜେପି ଯୁବ ମୋର୍ଚ୍ଚା ଗଣ୍ଡଗୋଳ କରିବା ପ୍ରସଙ୍ଗରେ ବିଜେପି ଉପରେ ବର୍ଷିଛନ୍ତି ବରିଷ୍ଠ ନେତା ସୁରେଶ ରାଉତରାୟ। ବିଜେପି ଏଭଳି ହିଂସା ରାଜନୀତିରୁ ଦୂରେଇ ରହୁ ବୋଲି ପରାମର୍ଶ ଦେଇଛନ୍ତି ସୁର। କଂଗ୍ରେସ ୧୪୦ ବର୍ଷର ଦଳ । ସେ ଦଳ ପ୍ରତି ବିଜେପିର ଏପରି ଆଚରଣ ଶୋଭା ପାଉନି  । ବିଜେପି ଆଉ ଥରେ ଯଦି ଏଭଳି କରେ, ତେବେ ବିଜେପି କାର୍ଯ୍ୟାଳୟରେ ପଶି ଆମେ ଯାହା କରିବୁ ସେଥିପାଇଁ ବିଜେପି ସଭାପତି ମନମୋହନ ସାମଲ ଓ ମୁଖ୍ୟମନ୍ତ୍ରୀ ଦାୟୀ ରହିବେ ବୋଲି କହିଛନ୍ତି ସୁର ରାଉତରାୟ। ସେହିପରି ବିଜେପିର ଗୁଣ୍ଡାରାଜକୁ ନିନ୍ଦା କରିଛନ୍ତି କଂଗ୍ରେସ ମିଡିଆ ସେଲ ଅଧ୍ୟକ୍ଷ ବିଶ୍ବ ରଞ୍ଜନ ମହାନ୍ତି। ସବୁ କିଛି ଓଡିଶାବାସୀ ଦେଖୁଛନ୍ତି  । ଆଗାମୀ ଦିନରେ ଲୋକେ ଏପରି ହିଂସାର ଜବାବ ଦେବେ ବୋଲି କହିଛନ୍ତି ବିଶ୍ବରଞ୍ଜନ। ତିନି ଦିନ ଭିତରେ ଅଭିଯୁକ୍ତକୁ ଗିରଫ କରାନଗଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି କହିଛି। ସବୁ ଜିଲ୍ଲାର ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେବ ଯୁବ ଓ ଛାତ୍ର କର୍ମକର୍ତ୍ତା। ଏପଟେ ଓଡ଼ିଶାରେ ଯାହା କେବେ ହୋଇନଥିଲା, ତାହା ହୋଇଛି। ଦଳୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ହୋଇଛି। ବିଜେପି କର୍ମୀ ଅହଂକାରର ବଶବର୍ତ୍ତୀ ହୋଇ ରାହୁଲ ଗାନ୍ଧୀଙ୍କ ପୋଷ୍ଟରକୁ ଅପମାନିତ କରିଛନ୍ତି। ପୋଲିସ ବି ନିରବ ରହିଲା । ଏହା ଠିକ ନୁହେଁ ବୋଲି ଜୟଦେବ କହିଛନ୍ତି । କେବଳ କଂଗ୍ରେସ ଭବନରେ ନୁହେଁ, ବିଜେପି ନେତାମାନେ ପୁରା ରାଜ୍ୟରେ ଅଶାନ୍ତି ପରିବେଶ ସୃଷ୍ଟି କରୁଛନ୍ତି  ।  ଅନ୍ୟଦଳର ଲୋକ ଓ ସଧାରଣ ଲୋକଙ୍କୁ ମାଡ଼ ପିଟ କରୁଛନ୍ତି । ଏହାର ଦୃଢ ପ୍ରତିବାଦ କରୁଛି କଂଗ୍ରେସ  । ଆଗକୁ ବିଜେପି ଯଦି ଏଥିରୁ ନିବୃତ ରୁହେ, ତେବେ କଂଗ୍ରେସ ଆକ୍ସନ ମୁଡକୁ ଆସିବ ବୋଲି କହିଛନ୍ତି ରମେଶ ଜେନା। ସେହିପରି ବିଜେପି ଉପରେ ବର୍ଷିଛନ୍ତି ବିଧାୟକ ତାରା ପ୍ରସାଦ ବାହିନପତି l କ୍ଷମତାକୁ ଆସିବା ମାତ୍ର ବିଜେପି ରାଜ୍ୟରେ ଗଣତନ୍ତ୍ରର ହତ୍ୟା କରୁଛି। କଂଗ୍ରେସ ଭବନ ଆଗରେ ଯେଉଁ ବିଜେପି କର୍ମୀମାନେ ଗଣ୍ଡଗୋଳ କରିଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରାଯାଉ  । ନହେଲେ ୨୦ହଜାର କଂଗ୍ରେସ କର୍ମୀ ବିଜେପି ଅଫିସରେ ପଶିବେ ।  ଏବେ ଲଢେଇ ଜୋରଦାର ହେବ ବୋଲି ତାରା ୱାର୍ଣ୍ଣିଂ ଦେଇଛନ୍ତି  ।