ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ହେବନି ରଥଯାତ୍ରା
1 min readନୂଆଦିଲ୍ଲୀ: ପୁରୀ ଛଡ଼ା ଆଉ କେଉଁଠି ରଥଯାତ୍ରା ହୋଇପାରିବନି । ଏପରି ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ଦ୍ୱାରା ଗଠିତ ପ୍ରଧାନ ବିଚାରପତି ଜଷ୍ଟିସ୍ ଏନ.ଭି ରମଣାଙ୍କ ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି । କେନ୍ଦ୍ରାପଡ଼ା, ନୀଳଗିରି, ଭଟଲି ସହ ଅନ୍ୟସ୍ଥାନରେ ରଥଯାତ୍ରା ହେବାପାଇଁ ଏକାଧିକ ଆବେଦନ ହୋଇଥିଲା । ଯାହାକୁ ଖାରଜ କରି ଦେଇଛନ୍ତି ଖଣ୍ଡପୀଠ ।
Supreme Court rejects petitions seeking direction to permit Rath Yatra in many other parts or cities of the Odisha, and not only in Puri Jagannath temple as allowed by Odisha Govt pic.twitter.com/pQv32405O6
— ANI (@ANI) July 6, 2021
ପ୍ରଧାନ ବିଚାରପତି କହିଛନ୍ତି, ଏପରି ନିଷ୍ପତ୍ତିରେ ଖଣ୍ଡପୀଠ ଖୁସି ନୁହେଁ । କିନ୍ତୁ କୋଭିଡ୍ ସମୟରେ ଖଣ୍ଡପୀଠ ଏପରି ରାୟ ଶୁଣାଇବାକୁ ନାଚାର । ଆସନ୍ତାବର୍ଷ ପ୍ରଭୁ ସବୁଠି ରଥଯାତ୍ରା ଆୟୋଜନ ନେଇ ଅନୁମତି ଦେବେ ବୋଲି ଖଣ୍ଡପୀଠ ଆଶା କରିଛନ୍ତି । ପୂର୍ବରୁ ଏ ନେଇ ହାଇକୋର୍ଟ ମଧ୍ୟ ସବୁ ଆବେଦନ ଖାରଜ କରି କେବଳ ପୁରୀରେ ରଥଯାତ୍ରା କରିବାକୁ ଅନୁମତି ଦେଇଥିଲେ । ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ବିଭିନ୍ନ ସଂଗଠନ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ । ଯାହାକୁ ସର୍ବୋଚ୍ଚ ଅଦାଲତ ଖାରଜ କରିଦେଇଛନ୍ତି । କୋଭିଡ ସ୍ଥିତିକୁ ନଜରରେ ରଖି ଆସିଛି ଏହି ରାୟ ।
ଏଥିସହ ପଢ଼ନ୍ତୁ: ୧୧ ବିନ୍ଦୁରେ ଜାଣନ୍ତୁ ପୁରୀ ରଥଯାତ୍ରା ନେଇ ସୁପ୍ରିମକୋର୍ଟଙ୍କ ରାୟ
ଗତବର୍ଷ ପୁରୀରେ ରଥଯାତ୍ରା ପାଇଁ ସର୍ତ୍ତମୂଳକ ଅନୁମତି ଦେଇଥିଲେ ସୁପ୍ରିମକୋର୍ଟ । କଟକଣା ଭିତରେ କରୋନା ଗାଇଡଲାଇନ୍ ମାନି ପୁରୀରେ ଘୋଷଯାତ୍ରା ଅନୁଷ୍ଠିତ ହୋଇଥିଲା । ମହାମାରୀ ମୁକାବିଲାରେ ଓଡ଼ିଶା ସରକାରଙ୍କ ଭଲ ଅଭିଜ୍ଞତା ରହିଛି । ଏ ଦିଗରେ ନବୀନ ପଟ୍ଟନାୟକଙ୍କ ସରକାର ଉଲ୍ଲେଖନୀୟ ପଦକ୍ଷେପ ନେଇଥିବା ସୁପ୍ରିମକୋର୍ଟ କହିଥିଲେ ।