କରୋନା ଟିକା ନେବା ପରେ ବି ମୃତ୍ୟୁ, ସୁପ୍ରିମକୋର୍ଟରେ ଶୁଣାଣି

Failure To Pay Rent Is Not A Penal Offence: Supreme Court

ନୂଆଦିଲ୍ଲୀ: କୋଭିଡ୍ ଟିକା ନେବା ପରେ ବି ମୃତ୍ୟୁର ତଦନ୍ତ ନେଇ ହୋଇଥିବା ଆବେଦନର ଶୁଣାଣି କରିବେ ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି ଦେଶରେ ଚାଲିଥିବା କୋଭିଡ୍ ଟିକାକରଣ ଉପରେ ସନ୍ଦେହର କୌଣସି ଆବଶ୍ୟକତା ନାହିଁ । କିନ୍ତୁ ଆମ ମନରେ ଆଉ କିଛି ଅଛି ।

ଶୁଣାଣି ବେଳେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ଟିପ୍ପଣୀ କରି କହିଛନ୍ତି, ଆମେ ଏକ ଅଜବ ମହାମାରୀ ଦେଇ ଗତି କରୁଛେ । ଏଭଳି ମହାମାରୀ ଜୀବନ କାଳରେ କେବେ ଆସି ନଥିଲା । ଏଭଳି ସ୍ଥିତିରେ ଟିକାକୁ ନେଇ ସନ୍ଦେହ କରି ପାରିବା ନାହିଁ । ମୃତ୍ୟୁ ଭଳି ଅବିଶ୍ୱସନୀୟ ସଂଖ୍ୟାକୁ ଶବ୍ଦରେ ପ୍ରକାଶ କରିବା କଥା ନୁହେଁ । ଭ୍ୟାକ୍ସିନରେ କିଛି ସମସ୍ୟା ଥିବା ସନ୍ଦେଶ ମଧ୍ୟ ଆମେ ଦେଉନାହୁଁ ।

କୋର୍ଟ କହିଛନ୍ତି, କୋଭିଡ୍ ଟିକା ନେବା ପରେ ଯଦି ମୃତ୍ୟୁ ହେଉଛି, ତାହେଲେ ଯାଞ୍ଚର ଆବଶ୍ୟକତା ରହିଛି । ଗବେଷଣା ଉଦ୍ଦେଶ୍ୟରେ ଏହା ଜାଣିବା ଦରକାର ଟିକାର କୌଣସି ପ୍ରତିକୂଳ ପ୍ରଭାବ ତ ନାହିଁ । ଟିକା ନେବା ପରେ ପ୍ରତ୍ୟେକ ମୃତ୍ୟୁ ପାଇଁ ଭ୍ୟାକ୍ସିନ୍ ଦାୟୀ ବୋଲି କହି ପାରିବା ନାହିଁ । ଏମିତି ମୃତ୍ୟୁ ଓ ଟିକା ମଧ୍ୟରେ କୌଣସି ସମ୍ବନ୍ଧ ନଥାଇପାରେ ।

Leave a Reply