spot_img

Latest Posts

ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ, ଛାଡପତ୍ର ପରେ ଭରଣପୋଷଣ ଲାଗି ସ୍ତ୍ରୀ ଯୋଗ୍ଯ

ନୂଆଦିଲ୍ଲୀ: ମୁସଲିମ ମହିଳାଙ୍କ ଭରଣପୋଷଣ ବାବଦରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ। ଅପରାଧ ଆଚରଣ ସଂହିତା ବା ସିଆରପିସିର ଧାରା ୧୨୫ ଅନୁସାରେ ଜଣେ ମୁସଲିମ ମହିଳା ତାଙ୍କ ପୂର୍ବତନ ସ୍ବାମୀଙ୍କଠାରୁ ଭରଣ ପୋଷଣ ପାଇବାକୁ ହକଦାର ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ ବି.ଭି. ନାଗରତ୍ନା ଓ ଜଷ୍ଟିସ ଅଙ୍ଗଷ୍ଟାଇନ ଜର୍ଜ ମସିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହା କହିଛନ୍ତି।

ଏହି ଧାରା ଅନୁସାରେ ଛାଡପତ୍ର ପାଇଥିବା ପତ୍ନୀଙ୍କୁ ଅନ୍ତରୀଣ କ୍ଷତିପୂରଣ ପ୍ରଦାନ ଲାଗି ହୋଇଥିବା ଆବେଦନକୁ ବିରୋଧ କରି ସ୍ବାମୀଙ୍କ ପକ୍ଷରୁ ଆଗତ ଏକ ମାମଲାକୁ ଖାରଜ କରିଛନ୍ତି ସର୍ବୋଚ୍ଚ ଅଦାଲତ। ଅଦାଲତ କହିଛନ୍ତି ଧର୍ମନିରପେକ୍ଷ ଆଇନ ଅନୁସାରେ ମୁସଲିମ ମହିଳା ଛାଡପତ୍ର ଅଧିକାରର ସୁରକ୍ଷା ଆଇନ ୧୯୮୬ ବୈଧ ନୁହେଁ।

ଖଣ୍ଡପୀଠ କହିଛନ୍ତି- ଧର୍ମ ନିର୍ବିଶେଷରେ ରକ୍ଷଣାବେକ୍ଷଣ ଲାଗି ଉଦ୍ଦିଷ୍ଟ ଆଇନ ସମସ୍ତ ବିବାହିତ ନାରୀଙ୍କ ଲାଗି ପ୍ରଯୁଜ୍ଯ ହେବ। ରକ୍ଷଣାବେକ୍ଷଣ ଅର୍ଥ ଦାତବ୍ଯ ନୁହେଁ। ଏହା ହେଉଛି ବିବାହିତ ମହିଳାଙ୍କ ଅଧିକାର। ସ୍ତ୍ରୀମାନେ ପରିବାର ଲାଗି ତ୍ଯାଗ ସ୍ବୀକାର କରୁଥିଲେ ବି ସ୍ବାମୀମାନେ ସେଥିପ୍ରତି ସଚେତନ ରହୁନାହାନ୍ତି। ସ୍ତ୍ରୀମାନଙ୍କ ଉପରେ ସ୍ବାମୀମାନେ ମାନସିକ ଭାବେ ନିର୍ଭରଶୀଳ ହୋଇଥାନ୍ତି। ଜଣେ ସ୍ତ୍ରୀଙ୍କ ଦାୟିତ୍ବବୋଧ, ତ୍ଯାଗକୁ ସ୍ବାମୀମାନେ ହୃଦବୋଧ କରିବାର ସମୟ ଆସିଛି ବୋଲି କହିଛନ୍ତି ସର୍ବୋଚ୍ଚ ଅଦାଲତ।

Latest Posts

Don't Miss