CBSE ଦ୍ବାଦଶ ମୂଲ୍ୟାୟନ ମାମଲାରେ ପଡିଲା ପୂର୍ଣ୍ଣଚ୍ଛେଦ, ହସ୍ତକ୍ଷେପ କରିବାକୁ ମନା କଲେ ସୁପ୍ରିମକୋର୍ଟ
1 min readନୂଆଦିଲ୍ଲୀ: ସିବିଏସଇ ଦ୍ବାଦଶ ମୂଲ୍ୟାୟନ ମାମଲାରେ ପୂର୍ଣ୍ଣଚ୍ଛେଦ ପକାଇଲେ ସୁପ୍ରିମକୋର୍ଟ । ଏହି ମାମଲାରେ ହସ୍ତକ୍ଷେପ କରିବାକୁ କୋର୍ଟ ମନା କରିଛନ୍ତି । ଦ୍ବାଦଶ ପରୀକ୍ଷା ରଦ୍ଦ ବିରୋଧରେ ଆଗତ ପିଟିସନକୁ ଖାରଜ କରିଛନ୍ତି କୋର୍ଟ । ଏହାସହ ଦ୍ବାଦଶ ଶ୍ରେଣୀ ଲାଗି ସରକାର କରିଥିବା ମୂଲ୍ୟାୟନ ପଦ୍ଧତିକୁ କୋର୍ଟ ଦେଇଛନ୍ତି ଗ୍ରୀନ ସିଗନାଲ ।
ଏହି ମାମଲାରେ ସୁପ୍ରିମ କୋର୍ଟରେ ଉତ୍ତର ରଖି ସରକାର କହିଥିଲେ- ସିବିଏସଇ ଓ ଆଇସିଏସଇ କ୍ଷେତ୍ରରେ ଏକକ ମୂଲ୍ୟାୟନ ବ୍ୟବସ୍ଥା ସମ୍ଭବ ନୁହେଁ । ବିଭିନ୍ନ ରାଜ୍ୟରେ ବିଭିନ୍ନ ପଲିସି ରହିଛି । ଏଣୁ ଏକକ ମୂଲ୍ୟାୟନ ବ୍ୟବସ୍ଥା ସମ୍ଭବ ନୁହେଁ । ଦେଶରେ ବ୍ୟାପୁଥିବା କରୋନା ମହାମାରୀ ପାଇଁ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପରୀକ୍ଷା ବନ୍ଦ କରିବା ପାଇଁ ସରକାର ନିଷ୍ପତ୍ତି ନେଇଥିବା କୋର୍ଟରେ କହିଛନ୍ତି ।
ମୂଲ୍ୟାୟନରେ ସନ୍ତୁଷ୍ଟ ନ ହୋଇ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ଛାତ୍ରଛାତ୍ରୀ । କୋର୍ଟରେ ସୁପ୍ରିମକୋର୍ଟ କହିଥିଲେ- ଛାତ୍ରଛାତ୍ରୀଙ୍କ ଜୀବନ ମୂଲ୍ୟବାନ ଏବଂ କୋଭିଡ ସମୟରେ ଏହାକୁ ଅଣଦେଖା କରାଯାଇପାରିବ ନାହିଁ । ଯଦି ପରୀକ୍ଷା କାଳରେ କିଛି ଅଘଟଣ ଘଟେ ତେବେ ବୋର୍ଡ ବିରୋଧରେ ଅଭିଭାବକ ମାମଲା ଦାୟର କରିବା ଆଶଙ୍କା ରହିଛି । ଏଥିଲାଗି ପରୀକ୍ଷା ବାତିଲ କରାଯାଇଛି ବୋଲି ସରକାର ଦର୍ଶାଇଥିଲେ ।