ସୁପ୍ରିମକୋର୍ଟଙ୍କ ଆଦେଶ ,NDA ପରୀକ୍ଷା ଦେଇ ପାରିବେ ଝିଅ

1 min read

ନୂଆଦିଲ୍ଲୀ: ଝିଅ ମାନେ ମଧ୍ୟ ଜାତୀୟ ପ୍ରତିରକ୍ଷା ଏକାଡେମି( ଏନଡିଏ)ର ପ୍ରାବେଶିକ ପରିକ୍ଷା ଦେଇ ପାରିବେ । ଏକ ଆବଦେନର ଶୁଣାଣି କରି ସୁପ୍ରିମକୋର୍ଟ ଏଭଳି କହିଛନ୍ତି । ଜଷ୍ଟିସ ସଂଜୟ କିଶନ କୌଲ ଓ ହୃଷିକେଶ ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ବୁଧବାର ଦିନ କୁଶ କାଲରା ଦ୍ୱାରା ଦାଏର କରାଯାଇଥିବା ଆବେଦନର ଶୁଣାଣି କରି ଏହି ରାୟ ଦେଇଛନ୍ତି । ଆବେଦନରେ ଝିଅଙ୍କୁ ଏନଡିଏର ପ୍ରାବେଶିକ ପରିକ୍ଷା ଦେବା ପାଇଁ ଅନୁମତି ପ୍ରଦାନ କରିବା ଲାଗି ନିବେଦନ କରାଯାଇଥିଲା । ମହିଳାଙ୍କୁ ଏହି ପରୀକ୍ଷାରେ ବସିବାକୁ ନଦେବା ସମ୍ବିଧାନର ଧାରା ୧୪,୧୫,୧୬ ଓ ୧୯ର ଉଲ୍ଲଙ୍ଘନ ବୋଲି ଆବେଦକ କହିଥିଲେ । ଆବେଦକ ନିଜ ଅପିଲରେ କହିଥିଲେ ଯେ, ଦ୍ୱାଦଶ ଶ୍ରେଣୀ ପାସ କରିଥିବା ଅବିବାହିତ ପୁରୁଷ ପ୍ରାର୍ଥୀ ଏନଡିଏ ପାଇଁ ଆବେଦନ କରିପାରିବେ କିନ୍ତୁ ଇଛୁକ ମହିଳାଙ୍କୁ କେବଳ ଲିଙ୍ଗଗତ ଆଧାରରେ ଅନୁମତି ନଦେବା ସମ୍ବିଧାନର ସମାନତା ଭାବନାର ବିରୋଧାଚରଣ କରୁଛି ।

 

ଲିଙ୍ଗଗତ ଆଧାରରେ ଭେଦଭାବ:
ଅଦାଲତରେ ଆବେଦକ ଯୁକ୍ତି ରଖିଥିଲେ ଯେ,କେବଳ ଲିଙ୍ଗଗତ ଆଧାରରେ ଇଛୁକ ମହିଳାଙ୍କୁ ଏହି ପରୀକ୍ଷା ଦେବାକୁ ଦିଆଯାଉନାହିଁ । ଯାହା ଠିକ୍ ନୁହେଁ । ଏହି କାରଣରୁ ମହିଳା ଏନଡିଏରେ ସାମିଲ ହୋଇ ପାରୁନାହାଁନ୍ତି । ଅନ୍ୟପକ୍ଷରେ ସମାନ ଶିକ୍ଷା ସହ ପୁରୁଷ ପ୍ରାର୍ଥୀ ଏନଡିଏରେ ସାମିଲ ହୋଇ ପାରୁଛନ୍ତି ।

ଆବେଦକ ଯୁକ୍ତି କରିଥିଲେ ଯେ, କେବଳ ଲିଙ୍ଗଗତ ଆଧାରରେ ମହିଳାଙ୍କୁ ଏନଡିଏ ପରିକ୍ଷାରୁ ବଂଚିତ କରିବା ଓ ସ୍ଥାୟୀ କମିଶନ ପ୍ରଦାନ ନକରିବା ସମ୍ବିଧାନର ମୌଳିକ ଅଧିକାରର ଉଲ୍ଲଙ୍ଘନ ଅଟେ । ଭାରତୀୟ ସମ୍ବିଧାନ ପରିଧି ମଧ୍ୟରେ ଏହା ନ୍ୟୟୋଚ୍ଚିତ ନୁହେଁ ।

Leave a Reply