ଅନ୍ଧବିଶ୍ୱାସ ନେଲା ୨ଜୀବନ; ମେଡିକାଲ ବଦଳରେ ଗୁଣିଆ ପାଖକୁ ନେଇଥିଲେ ଲୋକେ

1 min read

ବଣାଈ: ଅନ୍ଧବିଶ୍ୱାସ ଓ ଗୁଣିଗାରେଡ଼ି ହେଲା କାଳ, ସାପ କାମୁଡ଼ାରେ ୨ ମୃତ । ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଲୋକଙ୍କ ମନରେ ଅନ୍ଧବିଶ୍ୱାସ ଏମିତି ବସା ବାନ୍ଧିଛି ଯେ, ଯାହାର ଫଳ ସ୍ବରୂପ ଦୁଇଜଣଙ୍କ ଜୀବନ ଯାଇଛି । ବିଷାକ୍ତ ସାପ କାମୁଡ଼ିଥିବା ବ୍ୟକ୍ତି ଗୁଣିଗାରେଡ଼ିରେ ଭଲ ହୋଇଯିବେ ବୋଲି ଭାବି ଦୁଇଜଣ ପ୍ରାଣ ହରାଇଛନ୍ତି ।

ସୁନ୍ଦରଗଡ଼ ଜିଲ୍ଲା ଗୁରୁଣ୍ଡିଆ ଏବଂ ଚାନ୍ଦିପୋଷ ଅଞ୍ଚଳରେ ଏପରି ଘଟଣା ଘଟିଛି । ଗୁରୁଣ୍ଡିଆ ଲୁହୁରା ସାହିର ଚାମୁରୁ ଏକ୍କା ଘରେ ଶୋଇଥିବା ବେଳେ ତାଙ୍କୁ ଏକ ବିଷଧର ସାପ କାମୁଡିଥିଲା । ଚାମୁରୁଙ୍କୁ ଡାକ୍ତରଖାନା ନେବା ବଦଳରେ ପରିବାର ଲୋକ ଗୁଣିଗାରେଡି କରିଥିଲେ । ପରେ ତାଙ୍କର ମୃତ୍ୟ ହୋଇଛି l ।ସେଗିପରି ତାମଡ଼ା ଗାଁରେ ଶୋଇଥିବା ବେଳେ ଶିକ୍ଷୟିତ୍ରୀ ମମତା ପାତ୍ରଙ୍କୁ ଏକ ବିଷାକ୍ତ ସାପ ବେକରେ କାମୁଡିଥିଲା  । ତାଙ୍କୁ ଶ୍ୱଶୁର ଘର ଲୋକ ଗୁଣିଆ ପାଖକୁ ନେଇଥିଲେ । ମେଡିକାଲ ନେବାକୁ ଯିଏ ଯେତେ କହିଲେ ବି ସେମାନେ ଶୁଣିନଥିଲେ । ଗୁଣିଆ ଦ୍ବାରା ଚିକିତ୍ସା ପରେ ଅବସ୍ଥା ସଂକଟାପନ୍ନ ହେବାରୁ ମମତାଙ୍କୁ ରାଉରକେଲା IGHକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏଥିସହିତ ପଢ଼ନ୍ତୁ: ନିଆରା ଢଙ୍ଗରେ ଆଦିବାସୀ ଦିବସ ପାଳୁଛି ବିଜେଡି; ପାରମ୍ପରିକ ନାଚ ଗୀତ ଝୁମୁଛନ୍ତି ସଭିଏଁ