ବାଲେଶ୍ୱରର ସୁପର୍ ସ୍ପ୍ରେଡର ପାଲଟିଛନ୍ତି ୬୧ ନମ୍ବର ରୋଗୀ,କେତେ ଜଣ ତାଙ୍କ ପାଇଁ ହୋଇଛନ୍ତି ସଂକ୍ରମିତ ?

1 min read

ବାଲେଶ୍ୱର: ବାଲେଶ୍ୱରରେ ୧୬କୁ ବୃଦ୍ଧି ପାଇଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ।  ଏହା ଭିତରେ ଏମିତି ଗୋଟିଏ ଖବର ଆସିିଛି ଯାହା ସମସ୍ତଙ୍କ ଚିନ୍ତା ବଢାଇ ଦେଇଛି ।  ଜିଲ୍ଲାରେ ସୁପର ସ୍ପ୍ରେଡର ପାଲଟିଛନ୍ତି ଜଣେ ପେସେଣ୍ଟ  । ଏହି ଆକ୍ରାନ୍ତ ଜଣେ ଦି’ଜଣ ନୁହନ୍ତି ୧୧ ଜଣଙ୍କୁ ସଂକ୍ରମିତ କରିଛନ୍ତି ।  ଜିଲ୍ଲାରେ ସୁପର ସ୍ପ୍ରେଡର ପାଲଟିଥିବା ଏହି  ଆକ୍ରାନ୍ତ ହେଉଛନ୍ତି ସଂକ୍ରମିତ ସଂଖ୍ୟା-୬୧ । ଆକ୍ରାନ୍ତ ଜଣଙ୍କ ସଂସ୍ପର୍ଶରେ ଆସି କରୋନାରେ ଆକ୍ରାନ୍ତ ହୋଇଛନ୍ତି ପେସେଣ୍ଟ ନଂ-୧୦୪, ୧୦୫, ୧୦୬  ଏବଂ ୧୦୭ । ପୂର୍ବରୁ ତାଙ୍କ ସଂସ୍ପର୍ଶରେ ଆସିଥିଲେ  ୭୫,୭୬,୭୭,୭୮, ୭୯, ୮୮ ଓ ୮୯  ନମ୍ବର ଆକ୍ରାନ୍ତ । ତଥ୍ୟକୁ ମିଶାଇଲେ ମୋଟ ୧୧ ଜଣଙ୍କ ସଂପର୍କରେ ଆସିଛନ୍ତି ଆକ୍ରାନ୍ତ ଜଣଙ୍କ ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ଟ୍ରାଭେଲ ହିଷ୍ଟ୍ରିରେ ଆସିଛି ଏଭଳି ତଥ୍ୟ । ନେଳିଆବାଗର ୧୦୪, ୧୦୫, ୧୦୬,୧୦୭ ନମ୍ବର ଆକ୍ରାନ୍ତ ଜଣଙ୍କ ୬୧ ନମ୍ବର ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିବା ପରେ ୨୨ ମାର୍ଚ୍ଚରୁ ୧୮ ଏପ୍ରିଲ ଯାଏ କ୍ୱାରେଣ୍ଟାଇନରେ ଥିଲେ । ପରେ ୧୯ ଏପ୍ରିଲରୁ ୨୬ ଏପ୍ରିଲ ଯାଏଁ କଣ୍ଟେନମେଣ୍ଟ ଜୋନ ସମୟରେ ଘରେ ରହିଥିଲେ ।  ୨୬ ଏପ୍ରିଲରେ ତାଙ୍କ ରିପୋର୍ଟର ପଜିଟିଭ ଆସିଥିଲା ।  ଅନ୍ୟପଟେ ପେସେଣ୍ଟ ନମ୍ବର-୭୯ଙ୍କ ସଂପର୍କରେ ଆସିଛନ୍ତି ପେସେଣ୍ଟ ନମ୍ବର-୧୦୮ । ସେ ମଧ୍ୟ ହୋମ କ୍ୱାରେଣ୍ଟାଇନ ଓ କଣ୍ଟେନମେଣ୍ଟ ଜୋନ ବେଳେ ଘରେ ରହିଥିଲେ । ପରେ ୨୬ ଏପ୍ରିଲରେ ତାଙ୍କ ରିପୋର୍ଟ ପଜିଟିଭି ଆସିଥିଲା । ସମସ୍ତଙ୍କୁ ୨୭ ଏପ୍ରିଲରେ କଟକ ଅଶ୍ୱିନୀ ମେଡିକାଲରେ ଭର୍ତ୍ତି କରାଯାଇଛି ।

Leave a Reply