ବିହାରରେ ବନ୍ୟା, ହାଇଆଲର୍ଟରେ ୧୩ ଜିଲ୍ଲା

ପାଟନା : ନେପାଳରେ ବର୍ଷା ପରେ ବିହାରରେ ବନ୍ୟା ସ୍ଥିତି। କୋସୀ ନଦୀରେ ଜଳସ୍ତର ବୃଦ୍ଧିରୁ ହାଇଆଲର୍ଟରେ ୧୩ ଜିଲ୍ଲା । ଅରରିଆ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ ହୋଇଛି । ଅନେକ ଘର ବୁଡି ଯାଇଥିବା ଖବର ମିଳିଛି । ୧୦ରୁ ଅଧିକ ପଞ୍ଚାୟତରେ ପାଣି ପଶିଯାଇଛି। ତଳିଆ ଅଂଚଳରେ ପାଣି ପଶିଥିବାରୁ ଆଲର୍ଟରେ ବିହାର ସରକାର । ଉଦ୍ଧାରକାରୀ ଟିମକୁ ସତର୍କ କରିଛନ୍ତି ସରକାର। ୧୯୬୮ ପରେ କୋସୀ ବ୍ଯାରେଜରୁ ସବୁଠାରୁ ଅଧିକ ପାଣି ଛଡାଯାଇଛି। ନଦୀର ଜଳସ୍ତର ବଢିବା ଆଂଶକାରେ ୧୩ ଜିଲ୍ଲାରେ ହାଇଆଲର୍ଟ ଜାରି କରିଛନ୍ତି ବିହାର ସରକାର। ତଳିଆ ଅଂଚଳରେ ପାଣି ଭରି ଯାଇଛି। ଶିବହର ଜିଲ୍ଲାର ବାଗମତି ନଦୀ ବିପଦ ସଙ୍କେତର ଦୁଇ ମିଟର ଉପରେ ପ୍ରବାହିତ ହେଉଛି। ଆଗକୁ ବିହାର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ପାଣିପାଗ ପୂର୍ବାନୁମାନ କରିଥିବାରୁ ବନ୍ୟା ସ୍ଥିତି ଆହୁରି ବିଗିଡିପାରେ। ବେଲବା ଅଂଚଳରେ ବାଗମତି ନଦୀର ଅନେକ ତଟବନ୍ଧ କ୍ଷତିଗ୍ରସ୍ତ ହୋଇଛି। ଅରରିଆ ଜିଲ୍ଲାରେ ପରମାନ ନଦୀର ଜଳସ୍ତର ବଢିବାରେ ଲାଗିଛି। ବର୍ଷାର ଶହ ଶହ ଏକ ଜମିରେ ପାଣି ଭରିଯାଇଛି। ଜୋବନୀ ଷ୍ଟେସନରେ ମଧ୍ୟ ପାଣି ପଶିଯାଇଛି। ଅରରିଆ ଜିଲ୍ଲାରେ ବନ୍ୟାସ୍ଥିତି ଦେଖାଦେଇଛି। ମଧୁବନୀରେ କମଳା ନଦୀ ବିପଦ ସଙ୍କେତ ଉପରେ ଚାଲୁଛି।