ପୁଣି ଅଟକିଲା ମହାକାଶଚାରୀ ସୁନିତା ଓ୍ବିଲିୟମ୍ସଙ୍କ ଫେରିବା ପ୍ରକ୍ରିୟା

1 min read

ନନ୍ଦିଘୋଷ ବ୍ୟୁରୋ: ପୁଣି ଅଟକିଲା ମହାକାଶଚାରୀ ସୁନିତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋରଙ୍କ ପୃଥିବୀକୁ ଫେରିବା ପ୍ରକ୍ରିୟା  । ୯ ମାସ ଧରି ମହାକାଶରେ ଫସି ରହିଥିବା ସୁନିତା ଓ୍ବିଲିୟମ୍ସ ଏବଂ ବୁଚ୍ ଓ୍ବିଲମୋରଙ୍କ ଫେରିବା ନେଇ ସମସ୍ତେ ଆଶାବାଦୀ ଥିଲେ । ତାଙ୍କର ଫେରିବା ନେଇ ଆମେରିକୀୟ ମହାକାଶ ସଂସ୍ଥା ନାସା କ୍ରୁ- ୧୦ ନାମକ ଏକ ମହାକାଶଯାନ ଉତକ୍ଷେପଣ କରିବାକୁ ଯାଉଥିଲା । କିନ୍ତୁ ଏବେ ତାହା ଅଟକି ଯାଇଛି ।

ଯାନ୍ତ୍ରୀକ ଅସୁବିଧା ଯୋଗୁ କ୍ରୁ-୧୦ର ଉତକ୍ଷେପଣକୁ ସ୍ଥଗିତ ରଖିବାକୁ ପଡ଼ିଛି । ଏ ନେଇ ନାସା କହିଛି ଯେ, ହାଇଡ୍ରୋଲିକ ସିଷ୍ଟମରେ ସମସ୍ୟା ଯୋଗୁ କ୍ରୁ-୧୦ର ଉତକ୍ଷେପଣ ରୋକିବାକୁ ପଡ଼ିଲା ।

ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନୀତାଙ୍କ ପ୍ରତ୍ୟାବର୍ତ୍ତନ ପାଇଁ କ୍ରୁ-୧୦ ବହୁ ଗୁରୁତ୍ବପୂର୍ଣ୍ଣ । କାରଣ ଏହା କ୍ରୁ-୯କୁ ବଦଳାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ଏ ନେଇ ନାସା ପୂର୍ବରୁ କହିଥିଲା ଯେ, କ୍ରୁ -୧୦ ମହାକାଶକୁ ଉତକ୍ଷେପଣ ହେବା ପରେ ହିଁ କ୍ରୁ-୯ ଆନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଫେରିପାରିବ ।