`ରାଜ୍ଯ ବିଜେପିରେ ଅଛନ୍ତି କୁଚକ୍ରୀ ଓ ଷଡ଼ଯନ୍ତ୍ରକାରୀ’: ସୁନୀତ ମୁଣ୍ଡ୍

ନନ୍ଦିଘୋଷ ବ୍ୟୁରୋ: ବିଜେପିରୁ ନିଲମ୍ବିତ ଭୁବନେଶ୍ବର ମେୟର ପ୍ରାର୍ଥୀ ସୁନୀତି ମୁଣ୍ଡଙ୍କ ବିସ୍ଫୋରକ ବୟାନ । ରାଜ୍ଯ ବିଜେପିରେ ଅଛନ୍ତି କୁଚକ୍ରୀ ଓ ଷଡ଼ଯନ୍ତ୍ରକାରୀ । କେନ୍ଦ୍ରୀୟ ବିଜେପି ଢାଞ୍ଚାରେ କାମ କରୁନି ରାଜ୍ଯ ବିଜେପି । ଦଳରେ ପକ୍ଷପାତିତା ଓ ପ୍ରୀୟାପ୍ରୀତିପୋଷଣ ଚାଲିଥିବା କହି ବିଜେପିର ଗୁମର ଖୋଲିଦେଇଛନ୍ତି ସୁନୀତି । ନିଲମ୍ବନ ନେଇ ବିଜେପି ନେତୃବୃନ୍ଦଙ୍କ ଉପରେ ପ୍ରବଳ ବର୍ଷିବା ସହ ସେ  କହିଛନ୍ତି, ନିଲମ୍ବନର ସତ ଜାଣିବାକୁ ରାଜ୍ଯ ପ୍ରଭାରୀଙ୍କ ପାଖକୁ ଚିଠି ଲେଖିଥିଲି । ବନ୍ତ ଥାନାରେ ହୋଇଥିବା ମାମଲା ଯୋଗୁ କାର୍ଯ୍ଯାନୁଷ୍ଠାନ ହୋଇଥିବା ସଂଗଠନ ସମ୍ପାଦକ ଜଣାଇଛନ୍ତି । ହେଲେ ଥାନାରେ ହୋଇଥିବା ମାମଲା ସମ୍ପୂର୍ଣ୍ଣ ମିଛ । ଅସତ୍ଯ ମାମଲାରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯାଇଛି । ବିଜେପି ସାଂସଦ ଓ ବିଧାୟକଙ୍କ ନାଁରେ ଅନେକ ଏତଲା ରହିଛି । ସେମାନଙ୍କ ବିରୋଧରେ କାହିଁକି କାର୍ଯ୍ଯାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ ଉଠାଇଛନ୍ତି ସୁନୀତି । ଥାନାରେ ମାମଲା ରୁଜୁ ହେଲେ କଣ ଦଳୀୟ ଶୃଙ୍ଖଳା ଭଙ୍ଗ ହୁଏ କି ବୋଲି ସୁନୀତି ପ୍ରଶ୍ନ କରିବା ସହ କିଛି କୁଚକ୍ରୀ ତାଙ୍କୁ ଦଳରୁ ବିଦା କରିଥିବା ଅଭିଯୋଗ କରିଛନ୍ତି । ନିଲମ୍ବନ ନିଷ୍ପତ୍ତି ବିରୋଧରେ ଦିଲ୍ଲୀରେ କଥା ଉଠାଇବି ବୋଲି କହିଛନ୍ତି ସୁନୀତି ।