ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ, ଗରିବ ମେଧାବୀଙ୍କୁ ଦେବ ମାଗଣା ଶିକ୍ଷା…
2 min readସୁନ୍ଦରଗଡ଼: ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କ ପାଇଁ ଜିଲ୍ଲା ପ୍ରଶାସନର ନିଆରା ପ୍ରୟାସ । ଜିଲ୍ଲା ପ୍ରଶାସନ ଦେବ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା । ଛାତ୍ରଛାତ୍ରୀଙ୍କୁ ରୋଜଗାର ପାଇଁ କରାଇବ ଯୋଗ୍ୟ । ଏଭଳି ଏକ ନିଆରା ପ୍ରୟାସ ଆରମ୍ଭ କରିଛି ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ।
ପ୍ରଶାସନ ପକ୍ଷରୁ ବିଦ୍ଧିବଦ୍ଧ ଭାବେ ଜିଲ୍ଲାରେ ଆରମ୍ଭ ହୋଇଛି ‘ସୁଦକ୍ଷ’ କାର୍ଯ୍ୟକ୍ରମ । ଏଥିରେ ଯୁକ୍ତ ଦୁଇ ଓ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କୁ ମାଗଣା ନିଯୁକ୍ତି ଭିତ୍ତିକ ଶିକ୍ଷା ଦିଆଯିବ । ଯେଉଁ ଛାତ୍ରଛାତ୍ରୀମାନେ ଗରିବ ଓ ମେଧାବୀ ହୋଇଥିବେ, ଏହାସହ ଖଣି ପ୍ରଭାବିତ ଅଞ୍ଚଳର ହୋଇଥିବେ । ସେମାନେ ଜିଲ୍ଲା ପ୍ରଶାସନର ଏହି ସୁବିଧା ପାଇପାରିବେ । ୬ଟି ଖଣି ପ୍ରଭାବିତ ଅଞ୍ଚଳ ତଥା ବ୍ଲକ୍ର ଛାତ୍ରଛାତ୍ରୀ ଏହାର ବିଶେଷ ଫାଇଦା ପାଇପାରିବେ ବୋଲି ଆଶା କରାଯାଉଛି । ଏନେଇ ଜିଲ୍ଲାପାଳ ନିଖିଲ ପଓ୍ୱନ୍ କଲ୍ୟାଣ ନିଜେ ସୂଚନା ଦେଇଛନ୍ତି ।
ସୁନ୍ଦରଗଡ଼ ପତ୍ରାପାଲିଠାରେ ମଙ୍ଗଳବାର ଏହି କାର୍ଯ୍ୟକ୍ରମକୁ ଜିଲ୍ଲାପାଳ ନିଜେ ନିଖିଲ ପବନ କଲ୍ୟାଣ ଉଦଘାଟନ କରିଛନ୍ତି ।
To fulfil the aspirations of the youth, Sundargarh District Administration launches 'Sudakshya', an initiative for free competitive exam coaching to +2 & +3 pass outs of the district. The programme was inaugurated by the Collector, Shri Nikhil Pavan Kalyan at Sundargarh, today. pic.twitter.com/k01B2fMLGQ
— Collector and DM, Sundargarh (@DMSundargarh) February 2, 2021
'Sudakhsya' aims to prepare candidates for Banking, Insurance, SSC, RRB, Defence & Paramilitary, Police & other careers. Other 2 centres at Rourkela & Bonai will be launched soon. Along with Coaching, Hostel, Food, Study Materials & Uniform is provided free of cost. @MoSarkar5T pic.twitter.com/j2g4JXLtZG
— Collector and DM, Sundargarh (@DMSundargarh) February 2, 2021