ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ

ପୁରୀ: ଆଜି ମହାପ୍ରଭୁଙ୍କ ପବିତ୍ର ସୁନାବେଶ । ମହଣ ମହଣ ସୁନାରେ ସଜେଇ ହେବେ ଶ୍ରୀଜିଉ । ଚଳିତବର୍ଷ କୋଭିଡ୍ କଟକଣା ପାଇଁ ମହାପ୍ରଭୁଙ୍କ ସୁନାବେଶ ଦର୍ଶନରୁ ବଞ୍ଚିତ ହେବେ ଶ୍ରଦ୍ଧାଳୁ । ମଙ୍ଗଳ ଆଳତି ମଇଲମ, ତଡ଼ପ ଲାଗି, ଅବକାଶ, ବେଶ ଶେଷ, ଗୋପାଳ ବଲ୍ଳଭ, ସକାଳ ଧୂପ, ମଇଲମ, ମହାସ୍ନାନ ଓ ସର୍ବାଙ୍ଗ, ବେଶ ଶେଷ ପରେ ଅନ୍ୟାନ୍ୟ ନୀତି ବଢ଼ି ମେକାପ ସର୍ବାଙ୍ଗ ପରେ ଶ୍ରୀ ଜୀଉଙ୍କ ସୁନାବେଶ ନୀତି ଅନୁଷ୍ଠିତ ହେବ । ଏ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଥିବା ବେଳେ ସହରରେ ଲଗାଯାଇଥିବା କର୍ଫ୍ୟୁ କୋହଳ କରାଯାଇଛି । କେବଳ ଶ୍ରୀ ମନ୍ଦିର ଚତୁର୍ପାଶ୍ୱରେ କର୍ଫ୍ୟୁ ବଳବତ୍ତର ରହିବ । ଗତକାଲି ଶୃଙ୍ଖଳିତ ଭାବେ ବାହୁଡା ନୀତି ସମ୍ପନ୍ନ ହୋଇଥିବା ବେଳେ ଏବେ ରଥାରୂଢ ଶ୍ରୀବିଗ୍ରହଙ୍କ ଚାଲିଛି ନୀତିକାନ୍ତି ।