‘ଦି କପିଲ ଶର୍ମା’ ଶୋ’ରେ ନଜର ଆସିବେ ନାହିଁ ସୁମୋନା !

ମୁମ୍ବାଇ:  ଦ କପିଲ ଶର୍ମା ଶୋ’ ଛାଡ଼ିବାକୁ ଯାଉଛନ୍ତି ସୋ କପିଲଙ୍କ ପତ୍ନୀ ଭୂମିକାରେ ନଜର ଆସୁଥିବା ଅଭିନେତ୍ରୀ ସୁମୋନା ଚକ୍ରବର୍ତ୍ତୀ । ପୂର୍ବରୁ ଶୋ’ ବନ୍ଦ ହେବା ଖବର ସାମ୍ନାକୁ ଅସିଥିବା ବେଳେ ଏବେ ସୁମୋନା ଶୋ ଛାଡୁଥିବା ନେଇ ଚର୍ଚ୍ଚା ହେଉଛି । ଯଦିଓ ପ୍ରଯୋଜକଙ୍କ ପକ୍ଷରୁ ଶୋ’ ବନ୍ଦ ହେଉଥିବା ନେଇ କୌଣସି ସୂଚନା ଦିଆଯାଇ ନାହିଁ । କପିଲ ଶର୍ମା ଶୋ’ର କମେଡିଆନ୍‌ ସୁମୋନା ଚକ୍ରବର୍ତ୍ତୀ କପିଲଙ୍କ ହାତ ଛାଡ଼ି ଏକ ନୂଆ ଶୋ’ରେ ଯୋଗ ଦେଇଛନ୍ତି । ସୁମୋନା ନିଜ ନୂଆ ଶୋ’ ପାଇଁ କପିଲ ଶର୍ମାଙ୍କ ଶୋ’ ଛାଡ଼ୁଥିବା କୁହାଯାଉଛି।

ଜି’ର ଅଫିସିଆଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ‘ବଙ୍ଗାଲ ଶୋନା’ ନାମକ ଏକ ଶୋ’ର ପ୍ରୋମୋ ରିଲିଜ୍‌ କରାଯାଇଛି। ଏବଂ ଏହି ପ୍ରୋମରେ ନଜର ଆସିଛନ୍ତି ଅଭିନେତ୍ରୀ ସୁମୋନା । ଆଉ ଏହା ପରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା କୁହାଯାଉଛି ସୁମୋନା ତାଙ୍କର ଏହି ନୂଆ ଶୋ ପାଇଁ କପିଲ ଶର୍ମା ଶୋ’ ଛାଡ଼ୁଛନ୍ତି ।

କୁହାଯାଉଛି ଯେ ଏହି ଶୋ’ରେ ସୁମୋନା ଚକ୍ରବର୍ତ୍ତୀ ବେଙ୍ଗଲକୁ ଲୋକଲୋଚନକୁ ଆଣୁଥିବାର ଦେଖିବାକୁ ମିଳିବ। ଜି ଜେଷ୍ଟର ନୂଆ ଶୋ’ ୩୦ ମାର୍ଚ୍ଚ ଅର୍ଥାତ୍‌ ଆଜି ଠାରୁ ରାତି ୮ରୁ ଟେଲିକାଷ୍ଟ ହେବାକୁ ଯାଉଛି। ସୁମୋନା ଚକ୍ରବର୍ତ୍ତୀଙ୍କ ନୂଆ ଶୋ’ର ପ୍ରୋମୋ ସାମ୍ନାକୁ ଆସିବା ପରେ ଚର୍ଚ୍ଚା ହେଉଛି ଯେ ସେ କପିଲ ଶର୍ମାଙ୍କ ଶୋ’ ଛାଡ଼ି ଦେଇଛନ୍ତି। କିନ୍ତୁ ଏବେ ଯାଏଁ କପିଲ କିମ୍ବା ସୁମୋନାଙ୍କ ପକ୍ଷରୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ।