spot_img

Latest Posts

ବିଜେଡିରେ ସାମିଲ ହେଲେ ସୁଜାତା ରାଉତ

ଭୁବନେଶ୍ୱର: ଓଡିଶା ରାଜନୀତିରେ ବଡ଼ ହଲଚଲ । ବିଜେଡିରେ ସୁଜାତା ରାଉତଙ୍କ ଗ୍ରାଣ୍ଡ ଏଣ୍ଟ୍ରି । ସ୍ବାଗତ କଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଆଜି ବିଜେଡିରେ ସାମିଲ ହୋଇଛନ୍ତି ପୂର୍ବତନ ପ୍ରଶାସିକା ସୁଜାତା ରାଉତ । ଶଙ୍ଖ ଭବନରେ ସେ ବିଧିବଦ୍ଧ ଭାବେ ନବୀନଙ୍କ ଉପସ୍ଥିତିରେ ଶଙ୍ଖ ଧରିଛନ୍ତି । ଏ ନେଇ ନବୀନଙ୍କ ଘୋଷଣା ପରେ ଦଳୀୟ ମହଲରେ ଉତ୍ସାହର ବାତାବାରଣ ସୃଷ୍ଟି ହୋଇଛି । ସୁଜାତାଙ୍କୁ ବିଜେଡିକୁ ସ୍ୱାଗତ ବୋଲି କହିବା ପରେ ନେତା ଓ କର୍ମୀଙ୍କ ମଧ୍ୟରେ ଜୋଶ ଖେଳିଯାଇଥିଲା ।

ଅନ୍ୟପଟେ ସେ ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗଦେଇଛନ୍ତି ବୋଲି କହିଛନ୍ତି ସୁଜାତା । ଆଗକୁ ଓଡ଼ିଶାବାସୀଙ୍କ ସେବା କରିବି । ଲୋକଙ୍କ ସେବା କରିବା ପାଇଁ ବିଜେଡିରେ ସାମିଲ ହେଲି । ଓଡ଼ିଶାର ସେବା ପାଇଁ ୨୪ ବର୍ଷ ଧରି ସୁଯୋଗ ମିଳିଥିଲା । ନବୀନଙ୍କ ନେତୃତ୍ୱରେ ଓଡ଼ିଶାର ସେବା ପାଇଁ ସୁଯୋଗ ମିଳିଥିଲା । ଆଜି ବିଜେଡିରେ ସେହିପରି ସେବାର ସୁଯୋଗ ମିଳିଛି । ଜଗନ୍ନାଥ ଓ ବିଜେଡି କର୍ମୀଙ୍କ ଆଶୀର୍ବାଦରେ ନିଷ୍ଠାର ସହ କାମ କରିବି ବୋଲି କହିଛନ୍ତି ସୁଜାତା । ନବୀନଙ୍କ ନେତୃତ୍ବରେ କାମ କରିବା ଭାଗ୍ୟର କଥା ବୋଲି କହିଛନ୍ତି ସୁଜାତା ।

ଅନ୍ୟପଟେ ବିଜେଡିକୁ ସୁଜାତାଙ୍କୁ ସ୍ୱାଗତ କରି ନବୀନ କହିଛନ୍ତି, ସେ ଜଣେ ସାଧାରଣ କର୍ମୀ ଭାବେ ଦଳରେ ଯୋଗ ଦେଇଛନ୍ତି । ଜଣେ IAS ଭାବେ ଅନେକ ପଦବୀରେ କାମ କରିଛନ୍ତି । ଖାସ କରି ରାଜ୍ୟର ମହିଳାଙ୍କ ପାଇଁ ଅନେକ କାମ କରିଛନ୍ତି । ଏବେ ନୂଆ ସ୍ଥାନକୁ ଆସିଛନ୍ତି । ସୁଜାତା ମହିଳାଙ୍କ ପାଇଁ କାମ କରିବେ ବୋଲି ନବୀନ ଆଶା କରିଛନ୍ତି । ତେବେ ଆଗାମୀ ୨୦୨୯ ସାଧାରଣ ନିର୍ବାଚନ ବିଜେଡି ନବୀନଙ୍କ ନେତୃତ୍ୱରେ ଲଢ଼ିବ ବୋଲି ନବୀନ ସ୍ପଷ୍ଟ କରିଦେଇଛନ୍ତି । ଆସନ୍ତା ନିର୍ବାଚନରେ ମୋ ନେତୃତ୍ୱରେ ବିଜେଡି ଲଢ଼ିବ ଏବଂ ୨୦୨୯ ନିର୍ବାଚନ ଯାଏଁ ମୁଁ ହିଁ ଦଳର ନେତୃତ୍ବ ନେବି ବୋଲି କହିଛନ୍ତି ନବୀନ ।

Latest Posts

Don't Miss