ସୁଭଦ୍ରା ଯୋଜନା : ଆଧାର କାର୍ଡ ଅପଡେଟ୍ ପାଇଁ ଧାଡ଼ିରେ ରହିଛି ଜୋତା

1 min read

ନନ୍ଦିଘୋଷ ବ୍ୟୁରୋ: ସୁଭଦ୍ରା ଯୋଜନା ପାଇଁ ଆଧାର ଅପଡେଟକୁ ନେଇ ହଟହଟା ମହିଳା । ଧାଡ଼ିରେ ଜୋତା । ଏପରି ଦୃଶ୍ଯ ଦେଖିବାକୁ ମିଳିଛି ଢେଙ୍କାନାଳ ଭୁବନ ବ୍ଲକ ଆଧାର ଅଫିସ ଆଗରେ । ଢେଙ୍କାନାଳ ଭୁବନ ବ୍ଲକର ୧୮ଟି ପଞ୍ଚାୟତରୁ ମହିଳା ଆସି ଭୁବନ ବ୍ଲକ ଆଧାର କାର୍ଯ୍ୟାଳୟରେ ସକାଳୁ ସକାଳୁ ଲମ୍ବା ଲାଇନ ଦେଖିବାକୁ ମିଳିଛି । ନିଜ ନିଜ ଜୋତା ରଖି ଲାଇନରେ ରହିଛନ୍ତି ହଜାର ହଜାର ମହିଳ। ସୁଭଦ୍ରା ଯୋଜନା ପାଇଁ ରାସନ କାର୍ଡଧାରୀ ଇ- କେୱାଇସି କରିବାକୁ ବାଧ୍ୟ । ହେଲେ କାହାର ଟିପ ଚିହ୍ନ କାମ କରୁନାହି, ତ କାହାର ଆଖି ସ୍କାନ ହୋଇ ପାରୁନାହିଁ  । ଏମିତିକି କାହାର ଆଧାର କାର୍ଡ ସହିତ ମୋବାଇଲ ନମ୍ୱର୍ ସଂଯୋଗୀକରଣ ହୋଇନାହିଁ ଅବା କଟିଯାଇଛି । ଯାହାକୁ ଅପଡେଟ କରିବା ପାଇଁ ଆଜି ଭୁବନ ବ୍ଲକ ପରିସର ମଧ୍ୟରେ ପ୍ରବଳ ଖରାରେ ମହିଳାମାନେ ଛୋଟ ଛୁଆଙ୍କୁ ଧରି ନାହିଁ ନଥିବା ହଟହଟା ହେଉଥିବା ଦେଖିବାକୁ ମିଳିଛି । ଏହିଭଳି ପରିସ୍ଥିତି ପରେ ଦାଉ ସାଦିଛି ବିଦ୍ୟୁତ୍ ବିଭାଗ । କାର୍ଯ୍ୟାଳୟରେ ବିଦ୍ୟୁତ୍ ସରବରାହ ବନ୍ଦ ରହିଛି । ଯାହାକୁ ନେଇ ମହିଳା ମାନଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି ।