spot_img

Latest Posts

ବଦଳୁଛି ରାୟଗଡ଼ା ଜିଲ୍ଲାର ଭାଗ୍ୟ। ଦୃତ ଗତିରେ ଆଗେଇ ଚାଲିଛି ବିକାଶ।

ରାୟଗଡ଼ା : ବଦଳୁଛି ରାୟଗଡ଼ା ଜିଲ୍ଲାର ଭାଗ୍ୟ। ଦୃତ ଗତିରେ ଆଗେଇ ଚାଲିଛି ବିକାଶ। ଶିକ୍ଷା, ଶିଳ୍ପ, ସ୍ବାସ୍ଥ୍ୟ, ଗମନାଗମନରେ ଅଦ୍ଭୂତପୂର୍ବ ପରିବର୍ତ୍ତନ। ସ୍ୱତନ୍ତ୍ର ଜିଲ୍ଲାର ମାନ୍ୟତାକୁ ୩୪ ବର୍ଷ ବିତିବା ସହ ବ୍ୟାପକ ବିକାଶ ହୋଇପାରିଛି। ପୂର୍ବ ସରକାର ସମୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆସିଥିଲା।  ରାୟଗଡ଼ା ଉପଖଣ୍ଡ ଡାକ୍ତରଖାନାକୁ ୮ ମହଲା ବିଶିଷ୍ଟକୋଠା ସାଙ୍ଗକୁ ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନାରେ ପରିଣତ କରାଯାଇଛି । ସେହିପରି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଗାଁ ଗାଁକୁ ପକ୍କା ରାସ୍ତା ସଂଯୋଗ ସମ୍ଭବ ହୋଇପାରିଛି । ବିଜୁ ସେତୁନାମରେ ଝଞ୍ଜାବତୀ, ନାଗାବଳୀ ଓ ବଂଶଧାରା ନଦୀ ଉପରେ ପୋଲ ନିର୍ମାଣ ହେବା ଫଳରେ ଗମନାଗମନ ବେଶ୍ ସୁଗମ ହୋଇଛି। ନୂତନ ରେଳ ଡିଭିଜନ ପ୍ରତିଷ୍ଠା ଏବଂ ପରିମଳ ବ୍ୟବସ୍ଥାରେ ଆଶାତୀତ ପରିବର୍ତ୍ତନ ଘଟିଛି।

ଶିକ୍ଷା କ୍ଷେତ୍ରରେ ମଧ୍ୟ ରାୟଗଡ଼ା ନୂଆ ପରିଚୟ ସୃଷ୍ଟି କରିଛି। ମଡନ ଡିଗ୍ରୀ କଲେଜ , ସ୍ୱୟଂଶାସିତ ମହାବିଦ୍ୟାଳୟ ,ଇଞ୍ଜିନୟରିଂ କଲେଜ, ନର୍ସିଂ କଲେଜ ଏବଂ ଏଚ୍ପି ଗ୍ୟାସ ରିଫିଲିଂ ସେଣ୍ଟର ପ୍ରତିଷ୍ଠା ଦ୍ୱାରା ଅଞ୍ଚଳରେ ଶିକ୍ଷା ଓ ରୋଜଗାରର ନୂତନ ଦିଗ ଉନ୍ମୋଚିତ ହୋଇଛି। ଏବେ ହାତପାହାନ୍ତାରେ ଉଚ୍ଚଶିକ୍ଷା ମିଳିପାରୁଥିବା ବେଳେ ରାଜ୍ୟ ବାହାରୁ ମଧ୍ୟ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଏଠାକୁ ଆସି ପାଠ ପଢୁଛନ୍ତି। ଅନ୍ୟପଟେ ଶିଳ୍ପ କ୍ଷେତ୍ରରେ ଉତ୍କଳ ଆଲୁମିନା ପ୍ରତିଷ୍ଠା ହେବା ସହ ଆଦିତ୍ୟ ବିର୍ଲା- ଆଲୁମିନିୟମ ରିଫାଇନାରୀର ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି। ପ୍ରଚୁର ଖଣିଜ ସମ୍ପଦର ସଠିକ୍ ଉପଯୋଗ ଦ୍ୱାରା ଜିଲ୍ଲା ଏବେ ବିକାଶର ଶିଖର ଛୁଇଁବାକୁ ଯାଉଛି।

ବିଭିନ୍ନ ପ୍ରତିକୂଳ ପରିସ୍ଥିତିକୁ ପଛରେ ପକାଇ ଆଜି ରାୟଗଡ଼ା ଜିଲ୍ଲା ବିକାଶ କ୍ଷେତ୍ରରେ ସମଗ୍ର ରାଜ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିପାରିଛି।

 

Latest Posts

Don't Miss