ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମୀ

ନନ୍ଦିଘୋଷ ବ୍ୟୁରୋ: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା। ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷା କର୍ମୀ । ଅଭିଯୋଗ ଅନୁସାରେ, ବୌଦ୍ଧ ଜିଲ୍ଲା ପଲସଗୋରା ଗାଁର ବିମ୍ବାଧର ସୁନା ତାଙ୍କ ଶିଶୁ କନ୍ୟାକୁ ଚିକିତ୍ସା କରିବା ପାଇଁ ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ପ୍ରତୀକ୍ଷାଳୟରେ ବସି ଥିବାବେଳେ ଜଣେ ମହିଳା ଶିଶୁ କନ୍ୟାକୁ କାଖେଇ ଥିଲେ । କିଛି ସମୟ ପରେ ସେ ଛୁଆକୁ ଧରି ବାହାରକୁ ବାହାରି ପଡ଼ିଥିଲେ । ଶିଶୁଙ୍କ ସମ୍ପର୍କୀୟ ପାଟି କରିବାରୁ ସୁରକ୍ଷା କର୍ମୀ ତୁରନ୍ତ ବାହାରକୁ ଆସି ମହିଳାଙ୍କୁ ଅଟକ ରଖିଥିଲେ । ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚି ଶିଶୁ କନ୍ୟାଙ୍କ ପରିବାର ସହିତ ସଂପୃକ୍ତ ମହିଳାଙ୍କୁ ଥାନାକୁ ନେଇଥିଲା ପୋଲିସ  । ତେବେ ଘଟଣାକୁ ଅସ୍ବୀକାର କରିବା ସହିତ ଶ୍ରଦ୍ଧାରେ ତାଙ୍କୁ କାଖେଇ ଥିଲି ବୋଲି ଚୋରି କରିଥିବା ମହିଳା ଜଣକ ପ୍ରତିକ୍ରିୟା ଦେଇଛନ୍ତି ।