spot_img

Latest Posts

ଆଫଗାନିସ୍ତାନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ପାଠପଢା, ଲାଗୁହେଲା ନୂଆ ନିୟମ

କାବୁଲ: ବିଚିତ୍ର ନିୟମରେ ଆଫଗାନିସ୍ତାନ ବିଶ୍ୱବିଦ୍ୟାଳୟରେ ଆରମ୍ଭ ହେଲା ପାଠପଢା। କିନ୍ତୁ ତାଲିବାନଙ୍କ ଭୟରେ ବିଶ୍ୱବିଦ୍ୟାଳୟ ସହ ଅନ୍ୟ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀଙ୍କ କମ ଉପସ୍ଥାନ ଦେଖିବାକୁ ମିଳିଛି। ଅଧ୍ୟାପକ ଓ ଶିକ୍ଷକଙ୍କ ମଧ୍ୟ ଉପସ୍ଥାନ ହ୍ରାସ ପାଇଛି। ଅନ୍ୟପଟେ ଛାତ୍ର ଓ ଛାତ୍ରୀ ଅଲଗା ବସିବା ସହ ସେମାନଙ୍କ ମଧ୍ୟରେ ଟଣାଯାଇଛି ପରଦା। କାବୁଲର ଏଭିସେନ୍ନା ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଆରମ୍ଭ ହୋଇଥିବାବେଳେ ଏହି ନୂଆ ନିୟମକୁ ନେଇ ଭ୍ରକୁଞ୍ଚନ ସୃଷ୍ଟି ହୋଇଛି।

ଦେଶରେ ତାଲିବାନରାଜ୍ ଆରମ୍ଭ ହେବା ପରେ ପ୍ରଥମ ଥର ଲାଗି ଏହି ବିଶ୍ୱବିଦ୍ୟାଳୟ ଖୋଲିଛି। ତାଲିବାନୀରାଜ୍ ଭିତରେ ଦେଶରେ ଶିକ୍ଷାଦାନ କିପରି ଚାଲିଛି ସେନେଇ ବିଶ୍ୱର ଦୃଷ୍ଟି ରହିଥିବାବେଳେ ବିଶ୍ୱବିଦ୍ୟାଳୟରେ ଏପରି ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି। ୨୦ ବର୍ଷ ତଳେ ଆଫଗାନିସ୍ତାନରେ ଯେପରି ଅବସ୍ଥା ଥିଲା ବର୍ତ୍ତମାନ ସେହି ଅବସ୍ଥା ରହିଛି ବୋଲି ଛାତ୍ରଛାତ୍ରୀ କହିଛନ୍ତି। ଛାତ୍ରୀମାନଙ୍କ ମୁଣ୍ଡ ଘୋଡାଇ ରହିଥିବାବେଳେ କେବଳ ମୁହଁ ବ୍ୟତୀତ ଶରୀର ଯେପରି ସମ୍ପୂର୍ଣ୍ଣ ଆବୃତ ରହିବ ସେହି ପୋଷାକ ପିନ୍ଧୁଛନ୍ତି।

ହେରାଟ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର କହିଛନ୍ତି- ସେ ପ୍ରଥମେ ଛାତ୍ରୀମାନଙ୍କୁ ଓ ପରେ ଛାତ୍ରମାନଙ୍କୁ ପଢାଇବେ। ଦେଶର ଅଧିକାଂଶ ସ୍କୁଲ, କଲେଜ, ବିଶ୍ୱବିଦ୍ୟାଳୟ ବନ୍ଦ ରହିଥିବାବେଳେ ତାଲିବାନୀ ନିୟମ ଯୋଗୁ ଶିକ୍ଷା ବ୍ୟବସ୍ଥାରେ ଅନ୍ଧାର ଯୁଗ ଆସିବା ଅବଶ୍ୟମ୍ଭାବୀ ହୋଇଛି। କିନ୍ତୁ ତାଲିବାନ ପକ୍ଷରୁ କୁହାଯାଇଛି ପୂର୍ବାପେକ୍ଷା ଏଥର ଶାସନରେ କୋହଳ ନୀତି କରାଯିବ।

Latest Posts

Don't Miss