ଷ୍ଟେସନରେ ଗଣ୍ଡଗୋଳ, ପୋଲିସର ହସ୍ତକ୍ଷେପ

1 min read

ସେନା ନିଯୁକ୍ତି ପରୀକ୍ଷା ଦେବାକୁ ଆସିଥିବା ପରୀକ୍ଷାର୍ଥୀଙ୍କ ଉନ୍ମତ୍ତକାଣ୍ଡ । ଭୁବନେଶ୍ୱର ରେଳ ଷ୍ଟେସନରେ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଧସେଇ ପଶିଲେ ପରୀକ୍ଷାର୍ଥୀ । ଟ୍ରେନରେ ଧସେଇ ପଶିଲାବେଳେ ପରୀକ୍ଷାର୍ଥୀ ଓ ପୋଲିସ୍ ଆର୍.ପି.ଏଫ୍ ମୁହାଁମୁହିଁ ହୋଇଛନ୍ତି । ଗତକାଲି ପରୀକ୍ଷା ସରିବା ପରେ ଉତ୍ତରପ୍ରଦେଶ ଓ ବିହାରର ପରୀକ୍ଷାର୍ଥୀମାନେ ଫେରିବା ପାଇଁ ପୁରୁଷୋତ୍ତମ ଏକ୍ସପ୍ରେସ୍‌କୁ ଯିବାବେଳେ ଷ୍ଟେସନରେ ଉତ୍ତେଜନା ସୃଷ୍ଟି ହୋଇଥିଲା ।

ଟ୍ରେନ୍‌ରେ ଜୋର ଜବରଦସ୍ତ ଚଢ଼ି ଯାଇଥିବା ହଜାରେରୁ ଅଧିକ ପରୀକ୍ଷାର୍ଥୀଙ୍କ ତୁମୁଳକାଣ୍ଡ ଯୋଗୁଁ ରାତି ଅଧରେ ଭୁବନେଶ୍ୱର ଷ୍ଟେସନ୍‌ରେ ତୀବ୍ର ଉତ୍ତେଜନା ସୃଷ୍ଟି ‌ହୋଇଥିଲା । ସେମାନଙ୍କୁ ଘଉଡ଼ାଇବାକୁ ଯାଇ ରେଳବାଇ ପୁଲିସ, ଆର୍‌.ପି.ଏଫ୍‌ ଓ ସ୍ଥାନୀୟ ପୁଲିସକୁ ନାକେଦମ୍ ହେବାକୁ ପଡ଼ିଥିଲା ।

ଶେଷରେ ପୁଲିସ ସେମାନଙ୍କୁ ଲାଠିଚାର୍ଜ କରି ବିଦା କରିବା ପରେ ଘଣ୍ଟାଏରୁ ଅଧିକ ସମୟ ବିଳମ୍ବରେ ପୁରୁଷୋତ୍ତମ ଏକ୍ସପ୍ରେସ୍ ଭୁବନେଶ୍ୱର ଷ୍ଟେସନ୍‌ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲା । ଅନ୍ୟପକ୍ଷରେ ଘରକୁ ଫେରିବା ପାଇଁ ଏବେ ବି ଶହ ଶହ ପରୀକ୍ଷାର୍ଥୀ ପ୍ଲାଟଫର୍ମରେ ଅପେକ୍ଷା କରିଥିବାରୁ ଆର୍‌ପିଏଫ୍‌ ଓ ଜିଆର୍‌ପି ସେମାନଙ୍କ ଉପରେ କଡ଼ା ନଜର ରଖିଛି । ଏହାଛଡ଼ା ପୁରୁଷୋତ୍ତମ ଏକ୍ସପ୍ରେସ୍‌ ଲଗେଜ୍ ବଗିର ତାଲା ଭାଙ୍ଗି ଭିତରେ ପଶିଥିବା ଅଭିଯୋଗରେ ରେଳବାଇ ପୁଲିସ ଉତ୍ତରପ୍ରଦେଶ ମିରଟ୍‌ର ଜଣେ ଯୁବକକୁ ଅଟକ ରଖିଛି।

')}

Leave a Reply