ଟ୍ରେନ ଆଗକୁ ଡେଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ବାଲେଶ୍ୱର: ବାଲେଶ୍ବରରେ ଟ୍ରେନ ଆଗକୁ ଡେଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା । ମୃତ ଛାତ୍ର ହେଲେ ସିଦ୍ଧି ବିନାୟକ ପବ୍ଲିକ ସ୍କୁଲର ସୂରଜ ଗୁପ୍ତା । ସ୍କୁଲ କର୍ତ୍ତୃପକ୍ଷଙ୍କ ଧମକ ପରେ ଆତ୍ମହତ୍ୟା କରିଥିବା ଅଭିଯୋଗ ଆଣିଲେ ପରିବାର ଲୋକ । ଅନ୍ୟ ଜଣେ ଛାତ୍ର ସୂରଜଙ୍କୁ ମାଡ଼ ମାରିଥିଲା । ହେଲେ ମାଡ ମାରିଥିବା ଛାତ୍ରଙ୍କ ନାଁରେ ଅଭିଯୋଗ କଲେ କ୍ୟାରିୟର ବରବାଦ କରିଦେବାର ଧମକ ଦେଇଥିଲେ ସ୍କୁଲ କର୍ତ୍ତୃପକ୍ଷ ।

ଏନେଇ ପୁଅ ଅବସାଦରେ ରହି ଚରମ ନିଷ୍ପତ୍ତି ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି ମୃତ ଛାତ୍ରଙ୍କ ବାପା । ଏହାସହ ଶବରଖି ଧାରଣାରେ ବସିଛନ୍ତି ବାପା । ଘଟଣାପରେ ସ୍କୁଲରେ ଉତ୍ତେଜନା ସୃଷ୍ଟି ହୋଇଛି । ଛାତ୍ରଛାତ୍ରୀଙ୍କ ଅଭିଭାବକ ମାନେ ସ୍କୁଲରେ ପଶି ଭଙ୍ଗାରୁଜା କରିଛନ୍ତି ।