ଶାହାରୁଖଙ୍କ ଘର ସମ୍ମୁଖରେ ବିକ୍ଷୋଭ

1 min read

ମୁମ୍ବାଇ: ଅନଲାଇନ ଗେମ ବିଜ୍ଞାପନକୁ ନେଇ ବଲିଉଡ ଷ୍ଟାର ଶାହାରୁଖଙ୍କ ଘର ମନତ ଆଗରେ ବିକ୍ଷୋଭ । ଫିଲ୍ମ ‘ଜୱାନ’ର ମୁକ୍ତିଲାଭ ପୂର୍ବରୁ ଶାହରୁଖ ଖାନଙ୍କ ଅନଲାଇନ୍ ଗେମିଂ ବିଜ୍ଞାପନ କୁ ନେଇ ବିରୋଧ ପ୍ରଦର୍ଶନ । ଶାହାରୁଖଙ୍କ ବାସଭବନ ମନତ ବାହାରେ ବିକ୍ଷୋଭକାରୀମାନେ ଏକାଠି ହେବାପରେ ମୁମ୍ବାଇ ପୋଲିସ ସୁରକ୍ଷା ବଢାଇବା ସହ ପୋଲିସ ମୁତୟନ କରିଛି । ଶାହରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଯବାନ’ ରିଲିଜକୁ ଅପେକ୍ଷା କରିଛନ୍ତି । ପ୍ରଶଂସକମାନେ ତାଙ୍କୁ ପୁଣି ଥରେ ବଡ ପରଦାରେ ଦେଖିବାକୁ ଉତ୍ସାହିତ ଥିବାବେଳେ ବଲିଉଡ ସୁପରଷ୍ଟାର ଅନଲାଇନ୍ ଗେମିଙ୍ଗ ସମ୍ବନ୍ଧୀୟ ଏକ ବିଜ୍ଞାପନକୁ ନେଇ ଅଡୁଆରେ ପଡ଼ିଛନ୍ତି । ଅନଲାଇନ୍ ଗେମିଂ ଆପକୁ ବିରୋଧ କରି ତାଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ମାନ୍ନତ ବାହାରେ ଦେଖିବାକୁ ମିଳିଥିଲା ବିକ୍ଷୋଭ । A23 ଏକ ଅନଲାଇନ୍ ଗେମିଙ୍ଗ ପୋର୍ଟାଲ୍ । ଶାହରୁଖ ଖାନ ଏହି A23 ଗେମସ ପ୍ଲାଟଫର୍ମରେ ବ୍ରାଣ୍ଡ ଆମ୍ବାସାଡର ରହିଛନ୍ତି । ସେ ଏହି ଆପ୍ ପାଇଁ ଏକ ପ୍ରୋମୋ ମଧ୍ୟ ସୁଟ୍ କରିଥିଲେ ।

ତେବେ ଏହାକୁ ବିରୋଧ କରି ଅନଟଚ୍ ୟୁଥ୍ ଫାଉଣ୍ଡେସନ୍ ବିକ୍ଷୋଭ ପ୍ରଦର୍ଶନ କରିଛି । ବିକ୍ଷୋଭକାରୀ ମାନେ କହିଛନ୍ତି ଯେ ଏହି ଅନଲାଇନ୍ ଗେମିଂ ଆପସ ପ୍ଲାଟଫର୍ମଗୁଡିକ ଯୁବକମାନଙ୍କୁ ଭ୍ରଷ୍ଟ କରି ସେମାନଙ୍କୁ ଭ୍ରମିତ କରୁଛନ୍ତି । ଏହି ବିଜ୍ଞାପନରେ ପ୍ରସିଦ୍ଧ ଅଭିନେତା ଏବଂ ଅଭିନେତ୍ରୀମାନେ କାର୍ଯ୍ୟ କରନ୍ତି ଏବଂ ସେମାନେ ସମାଜକୁ ବିଭ୍ରାନ୍ତ କରିବା ଦିଗରେ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ଅନଟୁଚ୍ ଇଣ୍ଡିଆ ଫାଉଣ୍ଡେସନ୍ ତରଫରୁ ଶାହରୁଖ ଖାନଙ୍କ ମନତ ବଙ୍ଗଳା ବାହାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସେମାନଙ୍କ କହିବା କଥା ଏହି ଅନଲାଇନ୍ ଖେଳକୁ ପ୍ରୋତ୍ସାହିତ କରୁଥିବା ବଡ ବଲିଉଡ ତାରକାମାନେ ଯୁବ ପିଢିଙ୍କୁ ବିଭ୍ରାନ୍ତ କରୁଛନ୍ତି । ବଲିଉଡ ତାରକାମାନେ ଏହା ମଧ୍ୟ ଜାଣନ୍ତି ଯେ ଏହା ଭୁଲ, କିନ୍ତୁ ସେମାନେ ଟଙ୍କା ପାଉଛନ୍ତି ତେଣୁ ସେମାନେ ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ଏହି ବିଜ୍ଞାପନଗୁଡିକ ବନ୍ଦ କରିବାକୁ ବିକ୍ଷୋଭକାରି ଦାବି କରିଛନ୍ତି । ବାନ୍ଦ୍ରାସ୍ଥିତ ଶାହରୁଖ ଖାନଙ୍କ ଘର ମନ୍ନତ ବାହାରେ ପୋଲିସ ମୁତୟନ କରାଯାଇଥିଲା ।

ପ୍ରାୟ 4-5 ଜଣଙ୍କୁ ମଧ୍ୟ ପୋଲିସ ଗିରଫ ମଧ୍ୟ କରିଥିଲା ପୋଲିସ । ଏବେ ଯୁବପୀଢ଼ି ଖେଳକୁଦ କରିବା ତଥା ବୁଲାବୁଲି କରିବା ଅପେକ୍ଷା ଘରେ ଭିଡ଼ିଓ ଗେମ୍ ଖେଳିବା ପାଇଁ ଅଧିକ ପସନ୍ଦ କରୁଛନ୍ତି । ପିଲାଙ୍କ ମଧ୍ୟରେ ବଢୁଛି ଅନଲାଇନ ଗେମର କ୍ରେଜ । ବିଭିନ୍ନ ପ୍ରକାର କଂପ୍ୟୁଟର ଗେମରେ ଅଧିକ ସମୟ ବିତାଉଛନ୍ତି ଯୁବପିଢି । ଆଉଟଡୋର ଗେମ ଅପେକ୍ଷା ଏବଂ କାଉଂଟର ଷ୍ଟ୍ରାଇକ ରେସିଂ ଗେମ୍ ଏବଂ ଭାଟିକାନ ସିଟି ଭଳି ଥ୍ରିଡି ଓ ଥ୍ରିଲ ଗେମରେ ପିଲାମାନେ ମନ ଦେଉଛନ୍ତି । ଅତ୍ୟଧିକ ଭିଡିଓ ଗେମ ଖେଳିବା ମାନସିକ ବିକୃତିର କାରଣ ବୋଲି ଏକ ସର୍ଭେରୁ ଜଣାପଡ଼ିଛି । ମୁଖ୍ୟତଃ ଯୁବପୀଢି ମାତ୍ରାଧିକ ଅନଲାଇନ ଗେମ ଖେଳି ମାନସିକ ରୋଗ ସମସ୍ୟା ଦେଖିବାକୁ ମିଳୁଛି । ଏହି ଅନଲାଇନ ଗେମ ପାଇଁ ଅନେକ ଜୀବନ ମଧ୍ୟ ଯାଉଛି । ଅନେକ ସାଇବର ଫ୍ରଡ ମଧ୍ୟ ଏହି ଅନଲାଇନ ଗେମ ମାଧ୍ୟମରେ ହେଉଛି । ଯୁବପିଢିଙ୍କୁ ଅବାଟକୁ ମଧ୍ୟ ନେଉଛି ଏହି ଅନଲାଇନ ଗେମ । ଯେଉଁଥିପାଇଁ ଏହାକୁ ଅନେକ ସମୟରେ ବିରୋଧ ମଧ୍ୟ କରାଯାଇ ଆସୁଛି ।