ଦିନରେ ଫେରିବାଲା, ରାତିରେ ଜାଲ୍‌ ନୋଟ କାରବାର କରି କୋଟିକୋଟି ଟଙ୍କାର ମାଲିକ

1 min read

ସୋନପୁର: ସପ୍ତମ ଶ୍ରେଣୀ ଫେଲ ଫେରିବାଲାର ସୈତାନ ଦିମାଗ । ୪୧ ଲକ୍ଷରୁ ଅଧିକ ଟଙ୍କାର ନକଲି ନୋଟ ଜବତ ପରେ ଖୋଳତାଡ଼ କରୁଛି ଏସଟିଏଫ୍ । ସୋନପୁର ମାଟିଖାଇ ଗାଁ ଓ ଆଖପାଖରେ ୨ ଦିନ ଧରି ଛାନବିନ ଚଳାଇଛି ସ୍ପେଶାଲ ଟାସ୍କଫୋର୍ସ । ଜାଲ ନୋଟ କାରବାର ମାଷ୍ଟରମାଇଣ୍ଡ ଯଶୋବନ୍ତ ମେହେରକୁ ଧରିବା ପାଇଁ ଚଢ଼ାଉ ଚାଲିଛି ।

ଗିରଫ ଅଭିଯୁକ୍ତ ଦୀପକ ମେହେରର ଭାଇ ହେଉଛି ଯଶୋବନ୍ତ । ଯଶୋବନ୍ତ କୋଟି କୋଟି ଟଙ୍କାର ଜାଲ୍ ନୋଟ ଗଚ୍ଛିତ ରଖିଥିବା ଜଣାପଡିଛି । ପଶ୍ଚିମ ଓଡିଶାର କିଛି ପାୱାରଫୁଲ ଲୋକଙ୍କ ସହ ଥିଲା ଯଶୋବନ୍ତର ସମ୍ପର୍କ । CDRରୁ ସାଙ୍ଘାତିକ ତଥ୍ୟ ପାଇଛି STF । ଫେରିବାଲା ଭାବେ ବୁଲି ବୁଲି ଶାଢ଼ୀ ବିକ୍ରି କରନ୍ତି ଦୁଇ ଭାଇ ।

କିନ୍ତୁ ଜାଲ ନୋଟ କାରବାର ହେଉଛି ଦୁଇ ଭାଇଙ୍କ ମୁଖ୍ୟ କାମ । ଅଭିଯୁକ୍ତ ଦୀପକ ଠାରୁ ୪୧ ଲକ୍ଷ ୧୬ ହଜାର ଜବତ କରିଥିଲା STF । ସାଧାରଣ ନିର୍ବାଚନ ପୂର୍ବରୁ ଛତିଶଗଡ଼ ଚାଲାଣ ହୋଇଥାନ୍ତା ନକଲି ନୋଟ । ଲକ୍ଷେ ଟଙ୍କାର କାରବାର କଲେ ୨୫ ହଜାର ଟଙ୍କା ମିଳୁଥିଲା ବୋଲି ଜଣାପଡିଛି ।