ଡିପୋରୁ ଲୁଟ୍ ହେଉଥିଲା ହାର୍ଡକୋର୍ କୋଇଲା, ଧରିଲା ଏସଟିଏଫ

କଟକ: ଏସଟିଏଫ ହାବୁଡ଼ରେ କୋଇଲା ଚୋର । କଟକ ଚୌଦ୍ଵାର ଅଞ୍ଚଳରେ ଏସଟିଏଫ ବଡ଼ ଧରଣର ଚଢ଼ାଉ କରି ଦାମୀ ହାର୍ଡକୋର କୋଇଲା ଜବତ କରିଛି । ଏସବୁ କୋଇଲା ଗୁଡ଼ିକୁ ବେଆଇନ୍ ଭାବେ ଡିପୋରେ ବାହାର କରାଯାଇ ପୁଣି ଓଦା କୋଇଲା ଲୋଡ୍ କରି ଚାଲାଣ କରାଯାଉଥିବା ସୂଚନା ମିଳିଛି ।
କୋଇଲା ବୋଝେଇ ଟ୍ରକ୍ ଯାଜପୁର ଜିଲ୍ଲାରୁ ଆସି ରାୟପୁର ଚାଲାଣ କରାଯାଉଥିବା ଏସଟିଏଫ୍ ପକ୍ଷରୁ ସୂଚନା ଦିଆଯାଇଛି । ୮ରୁ ଊର୍ଦ୍ଧ୍ୱ ଟ୍ରକ୍ ଜବତ ହୋଇଥିବା ବେଳେ ୧୨ ଜଣଙ୍କୁ ଅଟକ ରଖି ଅଧିକ ତଦନ୍ତ ଜାରି ରଖିଛି ଏସଟିଏଫ୍ । ଜବତ କୋଇଲାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି ।