ଆଉ ୬ ଜଣ ବାଲି ମାଫିଆଙ୍କୁ ବାନ୍ଧିଲା STF

1 min read
STF Raid On The River Bed Of IB 6 Sand Mafia Arrested

ସୁନ୍ଦରଗଡ଼: ବାଲି ମାଫିଆଙ୍କ ଉପରେ ଜାରି ରହିଛି ଏସଟିଏଫ ପ୍ରହାର । ୨ ଦିନ ମଧ୍ୟରେ ଇବ୍ ନଦୀ ପଠାରେ ଏସଟିଏଫ୍ ଚଢ଼ାଉ କରି ୧୫ ଜଣ ମାଫିଆଙ୍କୁ ଗିରଫ କରିଥିବା ବେଳେ ୧୦ଟି ବାଲି ବୋଝେଇ ହାଇୱା ଜବତ କରିଛି । ଶନିବାର ଏସଟିଏଫ୍ ଟିମ୍ ସୁନ୍ଦରଗଡ଼ ସଦର ଥାନା ଅନ୍ତର୍ଗତ ଇବ୍ ନଦୀପଠାରେ ରେଡ୍ କରିଥିଲା । ରେଡ୍ ବେଳେ ଏସଟିଏଫ୍ ୬ ଜଣଙ୍କୁ ଗିରଫ କରିଛି ।

STF Raid On The River Bed Of IB 6 Sand Mafia Arrested

ଅବୈଧ ଭାବେ ବାଲି ଲୋଡ୍ କରୁଥିବା ଗୋଟିଏ ପ୍ରୋକଲିନ୍ ମେସିନ୍ ଏବଂ ବାଲି ଭର୍ତ୍ତି ୪ଟି ହାଇୱାକୁ ଜବତ କରିଛି ଏସଟିଏଫ୍ । ଇବ୍ ନଦୀପଠାରୁ ବାଲି ଉଠାଣ ନେଇ କୌଣସି କାଗଜପତ୍ର ଗିରଫ ବ୍ୟକ୍ତି ଦେଖାଇ ପାରିନାହାଁନ୍ତି । ଅଭିଯୁକ୍ତମାନେ ଦୀର୍ଘଦିନ ଧରି ଏଭଳି ଭାବେ ଇବ୍ ନଦୀପଠାରୁ ଅବୈଧ ଭାବେ ବାଲି ଉଠାଇ ଚାଲାଣ କରୁଥିଲେ । ଅଭିଯୁକ୍ତଙ୍କ ବିରୋଧରେ ସୁନ୍ଦରଗଡ଼ ସଦର ଥାନାରେ ଏସଟିଏଫ୍ ୬୬/୨୦୨୧ରେ ମାମଲା ରୁଜୁ କରିବା ସହ ୩୭୯/୪୧୧/୪୧୩/୧୨୦(ବି) ଆଇପିସି ଧାରାରେ ମାମଲା ରୁଜୁ କରାଯାଇଛି ।

ଏଥିସହ ପଢ଼ନ୍ତୁ- ବାଲି ମାଫିଆଙ୍କ ଉପରେ STFର ରେଡ୍, ୯ ଗିରଫ

ଗତ ୪ ତାରିଖରେ ଏସଟିଏଫ୍ ଭଷ୍ମା ଥାନା ଅନ୍ତର୍ଗତ ଇବ୍ ନଦୀପଠାରେ ଚଢ଼ାଉ କରିଥିଲା । ମାମଲାରେ ଏସଟିଏଫ୍ ୯ ଜଣଙ୍କୁ ଗିରଫ କରିବା ସହ ୬ଟି ବାଲି ଭର୍ତ୍ତି ହାଇୱା, ୨ଟି ପ୍ରୋକଲିନ୍ ମେସିନ୍ ଜବତ କରିଥିଲା ।

Leave a Reply