ବାଲି ମାଫିଆଙ୍କ ଉପରେ STFର ରେଡ୍, ୯ ଗିରଫ

ଭୁବନେଶ୍ୱର: ବାଲି ମାଫିଆଙ୍କୁ ଧରିଲା ଏସଟିଏଫ୍ । ଦୀର୍ଘ ଦିନ ଧରି ଭଷ୍ମା ଥାନା ଅଧୀନ ଇବ୍ ନଦୀ କୂଳରୁ ବାଲି ଉଠାଣ କରୁଥିବା ମାଫିଆଙ୍କୁ ଧରିଛି ସ୍ପେଶାଲ୍ ଟାସ୍କ ଫୋର୍ସ । ଗୁରୁବାର ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇଁ ଭଷ୍ମା ଥାନା ଅନ୍ତର୍ଗତ ଇବ୍ ନଦୀ ପଠାରେ ଏସଟିଏଫ୍ ଟିମ୍ ରେଡ୍ କରିଥିଲା । ରେଡ୍ ବେଳେ ୬ଟି ବାଲି ଭର୍ତ୍ତି ହାଇୱା ସହିତ ୨ଟି ପ୍ରୋକଲିନକୁ ସିଜ୍ କରାଯାଇଛି ।

STF Raid On The River bed Of IB, 9 Sand Mafia Arrested

ବେଆଇନ୍ ଭାବେ ବାଲି ଉଠାଣ କରୁଥିବା ୯ ଜଣଙ୍କୁ ଗିରଫ କରିଛି ସ୍ପେଶାଲ୍ ଟାସ୍କ ଫୋର୍ସ । ବାଲି ଉଠାଣ ନେଇ କୌଣସି ବୈଧ କାଗଜପତ୍ର ଦେଖାଇ ନପାରିବାରୁ ହାଇୱା ସହ ପ୍ରୋକଲିନ୍ ମେସିନ୍ ଜବତ କରାଯାଇଛି । ବାଲି ମାଫିଆ ମାନେ ଦୀର୍ଘଦିନ ଧରି ଏଭଳି ବେଆଇନ୍ ଭାବେ ଇବ୍ ନଦୀ ପଠାରୁ ବାଲି ଉଠାଇ ଚାଲାଣ କରୁଥିଲେ ।

STF Raid On The River bed Of IB, 9 Sand Mafia Arrested

ଏନେଇ ଏସଟିଏଫ୍ ସୂଚନା ପାଇବା ପରେ ରେଡ୍ କରିଥିଲା । ଭସ୍ମା ଥାନା କେସ୍ ନମ୍ବର ୪୮/୨୦୨୧ରେ ମାମଲା ରୁଜୁ କରାଯାଇଛି । ଏଥିସହ ଆଇପିସି ୩୭୯/୪୧୧/୧୨୦(ବି) ଧାରାରେ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି ଏସଟିଏଫ୍ ।

Leave a Reply