ପାର୍ବଣ ପରେ ଆରମ୍ଭ ହେବ ପାଠପଢ଼ା, ପ୍ରସ୍ତୁତି ଆରମ୍ଭ କଲେଣି ସରକାର

1 min read
State Govt. Likely Reopen Schools After Puja Vacation

ଭୁବନେଶ୍ୱର: କରୋନା କଟକଣାରେ ସ୍କୁଲ ଖୋଲିବାକୁ ପ୍ରସ୍ତୁତି ଆରମ୍ଭ କଲେ ରାଜ୍ୟ ସରକାର ପୂଜା ପରେ ସ୍କୁଲ ଖୋଲିବା ନେଇ ବଢିଲା ସମ୍ଭାବନା । ସ୍କୁଲ ପରିସର ସଫାସୁତୁରା କରିବା ପାଇଁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବିଭାଗୀୟ ନିର୍ଦ୍ଦେଶନାମା ଜାରି କରାଯାଇଛି । କରୋନା ପାଇଁ ପ୍ରାୟ ୭ ମାସ ହେଲା ସ୍କୁଲରେ ବନ୍ଦ ରହିଛି ପାଠପଢ଼ା । ଏତେଦିନ ଧରି ସ୍କୁଲଗୁଡ଼ିକ ବନ୍ଦ ଥିବାରୁ ପରିସର ସଫେଇ ଓ ଭିତ୍ତିଭୂମି ସଜାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି ।

State Govt. Likely Reopen Schools After Puja Vacation

ଏହାକୁ ଦୃଷ୍ଟିରେ ରଖି ହେଡ୍ କ୍ୱାର୍ଟର୍ସ ଛାଡ଼ି ଶିକ୍ଷକଙ୍କୁ କୁଆଡ଼େ ନଯିବାକୁ କୁହାଯାଇଛି । ସ୍କୁଲ ଭିତ୍ତିଭୂମିକୁ କୋଭିଡ୍ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଲାଗି କୁହାଯାଇଛି । ପୂର୍ବରୁ ପୂଜା ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଥିଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ।

State Govt. Likely Reopen Schools After Puja Vacation

ଶିକ୍ଷାନୁଷ୍ଠାନ ଖୋଲିବା ନେଇ ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ଏକ ଆକ୍ସନ ପ୍ଲାନ ପ୍ରସ୍ତୁତି କରିଛି । ସ୍କୁଲ ଗୁଡ଼ିକ ଦୀର୍ଘ ୬ ମାସ ଧରି ବନ୍ଦ ଥିବାରୁ କ୍ୟାମ୍ପସ୍ ସଫେଇ ଓ ଭିତ୍ତିଭୂମି ସଜାଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି । ସ୍କୁଲଗୁଡ଼ିକୁ କୋଭିଡ-୧୯ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ଦିଗରେ ସମସ୍ତେ କାର୍ଯ୍ୟ କରିବା ଲାଗି କୁହାଯାଇଛି । ଏଥିପାଇଁ ସମସ୍ତ ଶିକ୍ଷକ ନିଜ ନିଜ ହେଡକ୍ୱାର୍ଟର୍ସରେ ରହିବେ । କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ ମାସରୁ ରାଜ୍ୟରେ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି ।

ପୂଜା ପରେ ଖୋଲିବ ସ୍କୁଲ!

#ପୂଜା ପରେ ସ୍କୁଲ ଖୋଲିବା #ସମ୍ଭାବନା ବଢ଼ିଲା । ସ୍କୁଲ ପରିସର ସଫାସୁତୁରା ପାଇଁ ବିଭାଗୀୟ ନିର୍ଦ୍ଦେଶନାମା । କରୋନା ପାଇଁ ୬ ମାସ ଧରି ସ୍କୁଲରେ ବନ୍ଦ ରହିଛି ପାଠପଢ଼ା । ପୂଜା ପରେ ସ୍କୁଲ ଖୋଲିବା ନିଷ୍ପତ୍ତି ନିଆଯିବ କହିଥିଲେ ମନ୍ତ୍ରୀ

Nandighosha TV यांनी वर पोस्ट केले गुरुवार, ८ ऑक्टोबर, २०२०

Leave a Reply